କୋଣାର୍କ,୨୧।୧୧(ଆପ୍ର) ଶୁକ୍ରବାର କୋଣାର୍କ ଥାନା ଅନ୍ତର୍ଗତ ବାଲିଦୋକାନରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ବାଲିଦୋକାନ ବଜାର ନିକଟସ୍ଥ ରଇତସାହି ଗାଁ ଶେଷ ମୁଣ୍ଡରେ ଜଣେ ଅଚିହ୍ନା ଯୁବକଙ୍କ ଅଧା ପୋଡ଼ା ମୃତଦେହ ପଡ଼ିଥିଲା। ଏହି ଖବର ପ୍ରଚାରିତ ହେବା ପରେ ଘଟଣାସ୍ଥଳକୁ ଲୋକମାନଙ୍କ ସୁଅ ଛୁଟିଥିଲା। ଖବରପାଇ କୋଣାର୍କ ପୁଲିସ ପହଞ୍ଚି ମୃତଦେହ ଜବତ କରି ତଦନ୍ତ ଚଳାଇଛି। ଯୁବକଙ୍କ ଶରୀର ପୋଡିଯାଇଥିବାବେଳେ ଏକ ନୀଳ ରଙ୍ଗର ଚପଲ ପିନ୍ଧିଥିବା ଦେଖିବାକୁ ମିଳିଛି। ଏହା ଏକ ହତ୍ୟା ଜନିତ ଘଟଣା ବୋଲି ପୁଲିସ ଅନୁମାନ କରିଛି। ପୁରୀରୁ ଫୋରେନସିକ ଟୀମ ଆସି ତଦନ୍ତ କରିବା ପରେ ବ୍ୟବଚ୍ଛେଦ ନିମନ୍ତେ ପୁରୀ ହସ୍ପିଟାଲ ପଠାଯିବ ବୋଲି କୋଣାର୍କ ପୁଲିସ ସୂଚନା ଦେଇଛି।
Prev Post