ଜମି ଠକେଇ: ପୋଲିସକୁ ବାନ୍ଧିଲା ପୋଲିସ

ପୂର୍ବରୁ ନବୀନ ନିବାସରେ ଡ୍ୟୁଟି କରୁଥିଲେ

ଭୁବନେଶ୍ବର, ୨୧/୧୧: ଜମି ଠକେଇ ମାମଲାରେ ଜଣେ SSB ଯବାନ ଗିରଫ ହୋଇଛନ୍ତି। SSB ଯବାନ ସଚିତ୍ର ସେନାପତିଙ୍କୁ ଗିରଫ କରିଛି ସହିଦନଗର ପୋଲିସ।

ଅବସରପ୍ରାପ୍ତ ପୋଲିସ ଅଧିକାରୀଙ୍କୁ ଜମି ଦେବା ନାଁରେ ଠକେଇ କରିଥିବା ଅଭିଯୋଗ ରହିଛି। ୪୦ ଲକ୍ଷ ଟଙ୍କା ଠକେଇ କରିଥିବା ଅଭିଯୋଗରେ ଉଲ୍ଲେଖ ରହିଛି। ତେବେ ତଦନ୍ତରେ ଜଣାପଡ଼ିଛି ଯେ, ସଚିତ୍ର ସେନାପତି ପୂର୍ବରୁ ନବୀନ ନିବାସରେ ଡ୍ୟୁଟି କରୁଥିଲେ।