ବଡ଼ ଏନକାଉଣ୍ଟର: ୭ ନକ୍ସଲ ନିପାତ

ଦୁଇ ଯବାନ ସହିଦ

ବିଜାପୁର, ୦୩/୧୨: ବୁଧବାର ଦିନ ଛତିଶଗଡ଼ର ବିଜାପୁର ଜିଲ୍ଲାରେ ଏକ ଏନକାଉଣ୍ଟରରେ ଅତି କମରେ ସାତ ଜଣ ନକ୍ସଲ ନିହତ ହୋଇଥିବା ସୂଚନା ମିଳିଛି। ଦୁର୍ଭାଗ୍ୟବଶତଃ, ନକ୍ସଲ ବିରୋଧୀ ଅଭିଯାନ ସମୟରେ ପୋଲିସର ଜିଲ୍ଲା ରିଜର୍ଭ ଗାର୍ଡ (DRG)ର ଦୁଇ ଜଣ ଯବାନ ସହିଦ ହୋଇଥିବା ବେଳେ ଅନ୍ୟ ଜଣେ ଯବାନ ଆହତ ହୋଇଛନ୍ତି।

ଜଣେ ପୋଲିସ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଛତିଶଗଡ଼ର ଦାନ୍ତେୱାଡା-ବିଜାପୁର ସୀମା ନିକଟସ୍ଥ ଜଙ୍ଗଲ ଘେରା ଗଙ୍ଗାଲୁର ଅଞ୍ଚଳରେ ନକ୍ସଲ ବିରୋଧୀ ଅଭିଯାନ ସମୟରେ ଗୁଳି ବିନିମୟ ହୋଇଥିଲା। ଏବେ ବି ଶତାଧିକ ଯବାନ ନକ୍ସଲ ମାନଙ୍କୁ ଘେରି ରହିଛନ୍ତି।