ୟୁନିଟ ୯ ଗାୟତ୍ରୀ ପରିବାର ତରଫରୁ ମା ଭଗବତୀଙ୍କର ୧୦୦ ତମ ଜୟନ୍ତୀ

ଆଜିଠୁ ଆରମ୍ଭ ହେଲା ୨୪ କୁଣ୍ଡିୟ ଗାୟତ୍ରୀ ଯଜ୍ଞ

କଳସ ଶୋଭାଯାତ୍ରାରେ ଯୋଗଦେଲେ ସାହସ୍ରାଧିକ ଭକ୍ତ

ଭୁବନେଶ୍ୱର, ୧୧/୧୨: ଭୁବନେଶ୍ୱର ୟୁନିଟ ୯ ଗାୟତ୍ରୀ ପରିବାର ତରଫରୁ ମା ଭଗବତୀଙ୍କର ୧୦୦ ତମ ଜୟନ୍ତୀ ଓ ଅଖଣ୍ଡ ଦୀପର ୧୦୦ ତମ ଜୟନ୍ତୀ ଅବସରରେ ଆଜି ଏକ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଶୋଭାଯାତ୍ରା, ହଜାରରୁ ଅଧିକ ଭକ୍ତ ମାନଙ୍କୁ ନେଇ ସ୍ଥାନୀୟ ଲକ୍ଷ୍ମୀ ନାରାୟଣ ମନ୍ଦିର ଠାରୁ ଆରମ୍ଭ ହୋଇଥିଲା ଏବଂ Old AG କଲୋନୀ ଠାରେ ଶେଷ ହୋଇଥିଲା। ସୂଚନା ଥାଉକି ଆଜି ଠାରୁ ଏହି ୨୪ କୁଣ୍ଡିୟ ଗାୟତ୍ରୀ ଯଜ୍ଞ ଆରମ୍ଭ ହୋଇ ଆସନ୍ତା ୧୫ ତାରିଖ ଯାଏଁ ଚାଲିବ।