ଭୁବନେଶ୍ୱର, ୧୧/୧୨: ରସୁଲଗଡ଼ ଛକ ପୂଜା ମଣ୍ଡପ ପଛରୁ ହଟିଲା ଜବରଦଖଲ। ବିଡିଏ ପକ୍ଷରୁ ଜବରଦଖଲ ଉଚ୍ଛେଦ କରାଯାଇ ୨୦୦ ଡେସିମଲ୍ ସରକାରୀ ଜମିକୁ ଜବରଦଖଲ ମୁକ୍ତ କରାଯାଇଛି। ଏହି ଉଚ୍ଛେଦରେ ପ୍ରଥମ ଦିନରେ ୨ଟି ହୋଟେଲ, ୩ ଆଜବେଷ୍ଟସ୍ ଘର, ୫ଟି ସେଡ୍, ଗୋଟିଏ ବାଉଁଶ ନିର୍ମିତ ଦୋକାନ ରହିଛି। ଏହି ଜବରଦଖଲ ଅଭିଯାନରେ ମୋଟ୍ ୩ ଏକର ମୁଲ୍ୟବାନ ସରକାରୀ ଜମି ମୁକ୍ତ ହେବ ବୋଲି ବିଡିଏ ପକ୍ଷରୁ କୁହାଯାଇଛି।
ସୁରକ୍ଷାକୁ ଦୃଷ୍ଟିରେ ରଖି ଘଟଣାସ୍ଥଳରେ ୩ ସେକ୍ସନ ପୁଲିସ ମୁତୟନ କରାଯାଇଥିଲା। ଉଚ୍ଛେଦ କାର୍ଯ୍ୟରେ ଦୁଇଟି ଜେସିବି ମୁତୟନ କରାଯାଇଥିଲା। ଏଥିରେ ବିଡିଏର ଏନ୍ଫୋର୍ସମେଣ୍ଟ ଅଧିକାରୀ ଦେବରାଜ ସେଠୀ, ଜିଏ ବିଭାଗର ଉପ ନିର୍ଦ୍ଦେଶ ଅମୀୟ ଦାସ, ଲିଆସନିଂ ଅଫିସ ଶୁଭ୍ରାଶୁଂ ଶେଖର ମହାନ୍ତି ଏବଂ ବିଡିଏର ଏନ୍ଫୋର୍ସମେଣ୍ଟ୍ ସ୍କ୍ୱାର୍ଡ ଉପସ୍ଥିତ ଥିଲା।