ସୁବର୍ଣ୍ଣପୁର, ୧୨/୧୨: ଭିଜିଲାନ୍ସ ଅଫିସର କହି ଠକେଇ ଅଭିଯୋଗରେ ୨ ଜଣ ଗିରଫ ହୋଇଛନ୍ତି। OAS ଅଧିକାରୀଙ୍କ ଠାରୁ ୪ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ଗିରଫ କରାଯାଇଛି। ସୁବର୍ଣ୍ଣପୁରର ବୀରମହାରାଜପୁର ଥାନା ଅଞ୍ଚଳର ଗଣେଶ ନନ୍ଦ ଓ ପ୍ରଦୀପ ପଣ୍ଡାଙ୍କୁ ଗିରଫ କଲା ଭିଜିଲାନ୍ସ।
ମିଳିଥିବା ସୂଚନା ଅନୁସାରେ, ଭିଜିଲାନ୍ସ କେସ୍ର ଧମକ ଦେଇ ଉଭୟ ଟଙ୍କା ଆଦାୟ କରୁଥିଲେ। ଏହି ଦୁଇଜଣ ନିଜକୁ ଭିଜିଲାନ୍ସ ଅଧିକାରୀ ବୋଲି ପରିଚୟ ଦେଇ ଏବଂ ତାଙ୍କୁ ମିଛ ମାମଲାରେ ଫସାଇ ଦେବାକୁ ଧମକ ଦେଇ ଦୁଇଟି କିସ୍ତିରେ ଓଏଏସ୍ ଅଧିକାରୀଙ୍କଠାରୁ ୪ ଲକ୍ଷ ଟଙ୍କା ଠକି ନେଇଥିଲେ। ଅଭିଯୁକ୍ତ ଗଣେଶର ଟ୍ରୁ-କଲର୍ ଆଇଡିରେ ଭିଜିଲାନ୍ସ ଅଫିସର ସୋ କରୁଥିଲା। ଅଧିକ ତଦନ୍ତ ଜାରି ରହିଥିବା ବେଳେ ସେମାନଙ୍କୁ କୋର୍ଟରେ ହାଜର କରାଯିବ ବୋଲି ଓଡ଼ିଶା ଭିଜିଲାନ୍ସ କହିଛି।