ସମ୍ବଲପୁର ମଣ୍ଡଳରେ ମଣ୍ଡଳ ରେଳ ବ୍ୟବହାରକାରୀ ପରାମର୍ଶଦାତା କମିଟି ବୈଠକ ଅନୁଷ୍ଠିତ

କମିଟିର ସଦସ୍ୟମାନଙ୍କ ଦ୍ୱାରା ଦିଆଯାଇଥିବା ପରାମର୍ଶକୁ ପ୍ରାଥମିକତା ଦେବା ମଣ୍ଡଳର ଦାୟିତ୍ୱ

ସମ୍ବଲପୁର,୧୨/୧୨: ୫୫ତମ ମଣ୍ଡଳ ରେଳ ବ୍ୟବହାରକାରୀଙ୍କ ପରାମର୍ଶଦାତା କମିଟି (DRUCC) ବୈଠକ ୧୨ ଡିସେମ୍ବର ୨୦୨୫ରେ ମଣ୍ଡଳ ରେଳ ପ୍ରବନ୍ଧକ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି। ଏହି ବୈଠକର ଅଧ୍ୟକ୍ଷତା ମଣ୍ଡଳ ରେଳ ପ୍ରବନ୍ଧକ, ସମ୍ବଲପୁର, ଶ୍ରୀ ସୁବାଷ ଚନ୍ଦ୍ର ଚୌଧରୀ କରିଥିଲେ। ଶ୍ରୀ ଚୌଧୁରୀ ତାଙ୍କ ପ୍ରାରମ୍ଭିକ ଭାଷଣରେ ସମସ୍ତ DRUCC ସଦସ୍ୟମାନଙ୍କୁ ସ୍ୱାଗତ କରିଥିଲେ ଏବଂ କହିଥିଲେ ଯେ ମଣ୍ଡଳ ରେଳ ବ୍ୟବହାରକାରୀ ପରାମର୍ଶଦାତା କମିଟିର ସଦସ୍ୟମାନଙ୍କ ଦ୍ୱାରା ଦିଆଯାଇଥିବା ପରାମର୍ଶଗୁଡ଼ିକୁ ମଣ୍ଡଳ ସର୍ବାଧିକ ପ୍ରାଥମିକତା ଦେବ।

ଶ୍ରୀ ଚୌଧରୀ ସମ୍ବଲପୁର ମଣ୍ଡଳରେ ସମାପ୍ତ ହୋଇଥିବା ପ୍ରକଳ୍ପ ଏବଂ ଚାଲୁ ରହିଥିବା ବିକାଶମୂଳକ କାର୍ଯ୍ୟ ବିଷୟରେ ଆହୁରି ବିସ୍ତୃତ ଭାବରେ ବର୍ଣ୍ଣନା କରିଥିଲେ। ଏହି ବୈଠକରେ ମଣ୍ଡଳ ରେଳ ବ୍ୟବହାରକାରୀ ପରାମର୍ଶଦାତା କମିଟି ସଦସ୍ୟ ଶ୍ରୀ ଅକ୍ଷୟ କାନ୍ତ ନଭଗିରେ, ଶ୍ରୀ କିଶୋର କୁମାର ଅଗ୍ରୱାଲ, ଶ୍ରୀ ରାଜନ ପ୍ରସାଦ, ଶ୍ରୀ ସୁଦର୍ଶନ ସାହୁ, ଶ୍ରୀ ଲୁଣକରଣ ଜୈନ, ଶ୍ରୀ ଅଚ୍ୟୁତାନନ୍ଦ ସୁନାନୀ, ଶ୍ରୀ କୈଳାଶ କୁମାର ଅଗ୍ରୱାଲ, ଶ୍ରୀ ବିଷ୍ଣୁ ପ୍ରସାଦ କେଡିଆ, ଶ୍ରୀ ରାଜେଶ କୁମାର ଅଗ୍ରୱାଲ ଏବଂ ଶ୍ରୀ ଦେବେନ୍ଦ୍ର କୁମାର ବିଶି ଏଥିରେ ଅଂଶଗ୍ରହଣ କରିଥିଲେ ଏବଂ ସମ୍ବଲପୁର ମଣ୍ଡଳର ବିଭିନ୍ନ ସମସ୍ୟା ତଥା ବିକାଶମୂଳକ କାର୍ଯ୍ୟ ସମ୍ପର୍କରେ ସେମାନଙ୍କର ମୂଲ୍ୟବାନ ପରାମର୍ଶ ଦେଇଥିଲେ। ସମ୍ବଲପୁର ମଣ୍ଡଳର ଅତିରିକ୍ତ ମଣ୍ଡଳ ରେଳ ପ୍ରବନ୍ଧକ, ଶ୍ରୀ ମନଜିତ ସିଂହ ସନସନୱାଲ ଏବଂ ଶାଖା ଅଧିକାରୀମାନେ ମଧ୍ୟ ଏହି ସଭାରେ ଭାଗ ନେଇଥିଲେ। ଶ୍ରୀମତୀ ଗରିମା ତିୱାରୀ, ବରିଷ୍ଠ ମଣ୍ଡଳ ବାଣିଜ୍ୟି ପ୍ରବନ୍ଧକ, ସମ୍ବଲପୁର ଏବଂ ମଣ୍ଡଳ ରେଳ ବ୍ୟବହାରକାରୀ ପରାମର୍ଶଦାତା କମିଟି (DRUCC) ର ସଂଯୋଜକ ଏହି ସଭାକୁ ସଂଯୋଜନା କରିଥିଲେ।