ବର୍ଦ୍ଧିତ ଦରମା ଓ ଭତ୍ତା ନେବେନି ନବୀନ

ମୁଖ୍ୟମନ୍ତ୍ରୀ ଓ ବାଚସ୍ପତିଙ୍କୁ ଚିଠି ଲେଖି ଜଣାଇଲେ

ଭୁବନେଶ୍ୱର, ୧୩/୧୨: ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ବଡ଼ ନିଷ୍ପତ୍ତି। ବର୍ଦ୍ଧିତ ଦରମା ଓ ଭତ୍ତା ନେବେନି ନବୀନ ପଟ୍ଟନାୟକ। ଏ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଚିଠି ଲେଖିଛନ୍ତି ବିରୋଧୀ ଦଳ ନେତା। ବାଚସ୍ପତି ଓ ସଂଦୀୟ ବ୍ୟାପାର ବିଭାଗକୁ ମଧ୍ୟ ଜଣାଇଛନ୍ତି।

ଓଡ଼ିଶାବାସୀ ବହୁ ସ୍ନେହ, ଶ୍ରଦ୍ଧା ଓ ଭଲପାଇବା ଦେଇଛନ୍ତି। ଏହି ଟଙ୍କାକୁ ଗରିବ ଲୋକଙ୍କ ପାଇଁ ଉପଯୋଗ କରିବାକୁ ଅନୁରୋଧ କରିଛନ୍ତି। ପୂର୍ବରୁ କଟକର ପୈତୃକ ଘର ଦାନ କରିଥିଲେ ନବୀନ।

ଏ ନେଇ ନବୀନ ଏକ୍ସରେ ସୂଚନା ଦେଇ ନବୀନ କହିଛନ୍ତି, “ଗତ ୨୫ ବର୍ଷରୁ ଅଧିକ ସମୟ ଧରି ଓଡ଼ିଶାବାସୀଙ୍କ ସ୍ନେହ, ଶ୍ରଦ୍ଧା ଓ ଭଲପାଇବା ପାଇଛି। ମୁଁ ଓଡ଼ିଶାବାସୀଙ୍କ ପ୍ରତି ଏବଂ ମୋ ପ୍ରତି ଏବଂ ମୋ ସ୍ୱର୍ଗତ ପିତା ବିଜୁ ପଟ୍ଟନାୟକଙ୍କ ପ୍ରତି ସେମାନଙ୍କର ଭଲପାଇବା ପାଇଁ ଅତ୍ୟନ୍ତ ଋଣୀ।

ପୂର୍ବରୁ ଆମର ପରିବାର କଟକରେ ଥିବା ପୈତୃକ ସମ୍ପତ୍ତି ‘ଆନନ୍ଦ ଭବନ’ ଦାନ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ସମାନ ଢଙ୍ଗରେ, ମୁଁ ବିରୋଧୀ ଦଳ ନେତାଙ୍କ ପାଇଁ ବୃଦ୍ଧି କରାଯାଇଥିବା ଦରମା ଏବଂ ଭତ୍ତା ତ୍ୟାଗ କରିବାକୁ ଚାହୁଁଛି ଯାହାକୁ ଓଡ଼ିଶା ବିଧାନସଭା ନିକଟରେ ପାରିତ କରାଯାଇଛି। ମୁଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ଅନୁରୋଧ କରିବାକୁ ଚାହୁଁଛି ଯେ ସେ ଏହାକୁ ଆମ ରାଜ୍ୟର ଗରିବ ଲୋକଙ୍କ କଲ୍ୟାଣ ପାଇଁ ବ୍ୟବହାର କରନ୍ତୁ।”