ଭାରତ ପାଇଁ ସ୍ୱର୍ଣ୍ଣିମ ଦିନ: କାହିଁକି ଡିସେମ୍ବର ୧୬ରେ ପାଳନ ହୁଏ ବିଜୟ ଦିବସ

ଜାଣିବା ‌ପାଇଁ ପଢନ୍ତୁ ‘ଦର୍ଶନ ଆଇନାରେ ଇତିହାସର ପୃଷ୍ଠା’

ଆଜିର ତାରିଖ ୧୬ ଡିସେମ୍ବର ୨୦୨୫

ବିଜୟ ଦିବସ:- ୧୯୪୭ ମସିହାରେ ଭାରତର ବିଭାଜନ ପରେ ପାକିସ୍ତାନ ଦେଶ ଗଠନ ହୋଇଥିଲା। ହେଲେ, ପାକିସ୍ତାନ ମଧ୍ୟ ଦୁଇ ଭାଗରେ ବିଭକ୍ତ ହୋଇଥିଲା। ଗୋଟିଏ ପୂର୍ବ ପାକିସ୍ତାନ ଓ ଅନ୍ୟଟି ପଶ୍ଚିମ ପାକିସ୍ତାନ। ପୂର୍ବ ପାକିସ୍ତାନରେ ଅଧିକାଂଶ ଭାଗ ବଙ୍ଗଳା ଥିଲେ। ପୂର୍ବ ବଙ୍ଗଳାରୁ ଶାସିତ କରୁଥିଲା ପଶ୍ଚିମ ବଙ୍ଗଳା। ଉଭୟ ପାକିସ୍ତାନ ମଧ୍ୟରେ ନିଇତି ବିବାଦ ଲାଗି ରହିଥାଏ। ପ୍ରାୟ ୨୪ ବର୍ଷ ଧରି ବିବାଦ ଲାଗି ରହିବା ପରେ ଶେଷରେ ଯୁଦ୍ଧ ହୋଇଥିଲା। ବାଂଲାଦେଶ ଗଠନ ପାଇଁ ପାକିସ୍ତାନ ସହ ଯୁଦ୍ଧ କରିଥିଲା ଭାରତ।

୩ ଡିସେମ୍ବର ୧୯୭୧ ରେ ଭାରତ-ପାକିସ୍ତାନ ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇଥିଲା। ଭାରତ-ପାକ୍‌ ଯୁଦ୍ଧରେ ପାକିସ୍ତାନ ଲଜ୍ଜାଜନକ ପରାଜୟ ବରଣ କରିଥିଲା। ୧୬ ଡିସେମ୍ବର ୧୯୭୧ରେ ୯୩ହଜାର ସୈନିକଙ୍କ ସହ ପାକିସ୍ତାନ ସେନାବାହିନୀ ଭାରତ ନିକଟରେ ଲିଖିତ ଆତ୍ମସମର୍ପଣ (ଇନ୍‌ଷ୍ଟ୍ରୁମେଣ୍ଟ୍‌ ଅଫ୍ ସରେଣ୍ଡର୍‌) କରିଥିଲା। ଯାହା ପରେ ବାଂଲାଦେଶ ନାମକ ଏକ ସ୍ୱତନ୍ତ୍ର ଦେଶ ଗଠନ ହୋଇଥିଲା। ଏହି ଯୁଦ୍ଧରେ ଭାରତର ୪୦୦୦ ସୈନିକ ସହିଦ ହୋଇଥିଲେ। ଭାରତର ବୀର ଯୋଦ୍ଧାଙ୍କୁ ସ୍ମରଣ କରିବା ଉଦ୍ଦେଶ୍ୟରେ ବିଜୟ ଦିବସ ପାଳନ କରାଯାଏ। ୨୦୨୦ରେ ୧୯୭୧ ବିଜୟର ୫୦ ବର୍ଷ ପାଳନ କରିବା ପାଇଁ ଭାରତ ଜାତୀୟ ଯୁଦ୍ଧ ସ୍ମାରକୀରୁ ବିଜୟ ମଶାଲ ଆରମ୍ଭ କରିଥିଲା।

 

ବିଶିଷ୍ଟ ବ୍ୟକ୍ତିଙ୍କ ଜନ୍ମ ଦିବସ:-

୧. ହାୱା ସିଂହ (୧୬ ଡିସେମ୍ବର ୧୯୩୭ – ୧୪ ଅଗଷ୍ଟ ୨୦୦୦), ଭାରତର ଶ୍ରେଷ୍ଠ ବକ୍ସରମାନଙ୍କ ମଧ୍ୟରୁ ଜଣେ ଥିଲେ। ପ୍ରଥମେ ଜଣେ ବକ୍ସର ଭାବରେ ଦେଶକୁ ସେବା କରିଥିଲେ ଏବଂ ଶେଷ ପର୍ଯ୍ୟନ୍ତ ଖେଳ ସହିତ ଜଡିତ ରହିଥିଲେ। ତାଙ୍କୁ ୧୯୬୬ ମସିହାରେ ‘ଅର୍ଜୁନ ପୁରସ୍କାର’ ପ୍ରଦାନ କରାଯାଇଥିଲା ଏବଂ ୧୯୬୮ ମସିହାରେ ସେନା ମୁଖ୍ୟ ତାଙ୍କୁ ଶ୍ରେଷ୍ଠ ଖେଳାଳି ଟ୍ରଫି ପ୍ରଦାନ କରିଥିଲେ। ୧୯୯୯ ମସିହାରେ ହାୱା ସିଂହଙ୍କ ପାଇଁ ‘ଦ୍ରୋଣାଚାର୍ଯ୍ୟ ପୁରସ୍କାର’ ଘୋଷଣା କରାଯାଇଥିଲା।

 

ବିଶିଷ୍ଟ ବ୍ୟକ୍ତିଙ୍କ ତିରୋଧାନ ଦିବସ:-

୧. ଦ୍ୱିତୀୟ ଲେଫ୍ଟନାଣ୍ଟ ଅରୁଣ ଖେତରପାଲ (୧୪ ଅକ୍ଟୋବର ୧୯୫୦ – ୧୬ ଡିସେମ୍ବର ୧୯୭୧), ଜଣେ ଭାରତୀୟ ଯିଏ ପରମ ବୀର ଚକ୍ରରେ ସମ୍ମାନିତ ହୋଇଥିଲେ। ତାଙ୍କୁ ୧୯୭୧ ମସିହାରେ ମରଣୋତ୍ତର ଭାବରେ ଏହି ସମ୍ମାନ ମିଳିଥିଲା। ସେ ଭାରତ – ପାକିସ୍ତାନ ଯୁଦ୍ଧରେ ଲଢିଥିଲେ।

 

ନଜର ପକାନ୍ତୁ ଆଜିର‌ ଦିନରେ ଘଟିଥିବା ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମ ଉପରେ:-

୧୭୦୭ – ଜାପାନର ମାଉଣ୍ଟ ଫୁଜିରେ ଶେଷ ଜ୍ୱାଳାମୁଖୀ ଉଦ୍ଗିରଣ ଘଟିଥିଲା।

୧୭୭୩ – ବୋଷ୍ଟନ୍ ଟି ପାର୍ଟି: ଉପନିବେଶବାଦୀମାନେ ବୋଷ୍ଟନ୍ ହାର୍ବରରେ ଚା ପକାଇ ବ୍ରିଟିଶ ଟିକସର ପ୍ରତିବାଦ କରିଥିଲେ, ଯାହା ଆମେରିକୀୟ ବିପ୍ଳବକୁ ଇନ୍ଧନ ଦେଇଥିଲା।

୧୮୨୪ – ଗ୍ରେଟ୍ ନର୍ଥ ହଲାଣ୍ଡ କେନାଲ ଖୋଲାଯାଇଥିଲା।

୧୯୦୩ – ବମ୍ବେରେ ତାଜମହଲ ପ୍ୟାଲେସ୍ ହୋଟେଲ ଖୋଲିଲା।

୧୯୩୮ – ଜର୍ମାନ ରସାୟନବିଦ୍ ଓଟୋ ହାନ୍ ୟୁରାନିୟମର ପରମାଣୁ ବିଭାଜନ ଆବିଷ୍କାର କରିଥିଲେ।

୧୯୫୮ – କଲମ୍ବିଆର ରାଜଧାନୀ ବୋଗୋଟାରେ ଏକ ଗୋଦାମରେ ଭୟଙ୍କର ଅଗ୍ନିକାଣ୍ଡରେ ୮୨ ଜଣଙ୍କର ମୃତ୍ୟୁ ହୋଇଥିଲା।

୧୯୭୧ – ଭାରତ ଏବଂ ପାକିସ୍ତାନ ଯୁଦ୍ଧବିରତି ପାଇଁ ରାଜି ହେବା ପରେ, ବାଂଲାଦେଶ ପାକିସ୍ତାନରୁ ଅଲଗା ହୋଇ ଏକ ସ୍ୱାଧୀନ ରାଷ୍ଟ୍ର ହୋଇଗଲା।

୧୯୭୧ – ୟୁକେ ବାହାରିନର ସ୍ୱାଧୀନତାକୁ ସ୍ୱୀକୃତି ଦେଇଥିଲା।

୨୦୧୪ – ପାକିସ୍ତାନର ପେଶାୱରରେ ଏକ ସ୍କୁଲ ଉପରେ ତେହରିକ-ଏ-ତାଲିବାନ ଆକ୍ରମଣରେ ୧୪୫ ଜଣ ଲୋକ ପ୍ରାଣ ହରାଇଥିଲେ, ଯେଉଁ ମାନଙ୍କ ମଧ୍ୟରେ ଅଧିକାଂଶ ସ୍କୁଲ ପିଲା ଥିଲେ।