ଭୁବନେଶ୍ୱର, ୧୬/୧୨: ଓଡ଼ିଶା ଆସିପାରନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ୍ ଶାହ। ଆସନ୍ତା ୨୧ ତାରିଖରେ ଓଡ଼ିଶା ଆସି ପାରନ୍ତି ବୋଲି ସୂଚନା ମିଳିଛି। ତେବେ ଏ ନେଇ କାର୍ଯ୍ୟକ୍ରମ ଚୂଡ଼ାନ୍ତ ହୋଇନାହିଁ। ଏ ନେଇ ସୂଚନା ଦେଇଛନ୍ତି ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ।
ବରମୁଣ୍ଡାରେ ଆୟୋଜିତ ହେବାକୁ ଥିବା ସମବାୟ ବିଭାଗର ଏକ କାର୍ଯ୍ୟକ୍ରମ ହେବାର ଅଛି। ଏଥିରେ ଯୋଗ ଦେଇ ପାରନ୍ତି ଶାହ। ଏକ ସାଧାରଣ ସଭାରେ ଉଦବୋଧନ ଦେଇ ପାରନ୍ତି ବୋଲି ସୂଚନା ମିଳିଛି।