IPL ନିଲାମ ତାଲିକାରେ ୨ ଓଡ଼ିଆ

ଆଜି ଆବୁଧାବିରେ ନିଲାମ

ଭୁବନେଶ୍ୱର, ୧୬/୧୨: IPL ନିଲାମ ତାଲିକାରେ ଯୋଡ଼ି ହେଲା ୨ ଓଡ଼ିଆ କ୍ରିକେଟରଙ୍କ ନାଁ। ୨ ଓଡ଼ିଆ କ୍ରିକେଟରଙ୍କୁ IPL ନିଲାମ ତାଲିକାରେ ଯୋଡ଼ିଲା ବିସିସିଆଇ। ରାଜେଶ ମହାନ୍ତି ଓ ସ୍ୱସ୍ତିକ ସାମଲଙ୍କ ନାଁ ଯୋଡ଼ି ହେଲା। ଉଭୟଙ୍କ ବେସ୍‌ ପ୍ରାଇସ୍ ରହିଛି ୩୦ ଲକ୍ଷ ଟଙ୍କା।

ନିଲାମ ତାଲିକାରେ ଅଛନ୍ତି ମୋଟ୍‌ ୩୬୯ ଜଣ ଖେଳାଳି। ଆଜି ଆବୁଧାବିରେ ୨୦୨୬ ଆଇପିଏଲ ପାଇଁ ନିଲାମ ହେବ। ତେବେ ଏହି ୨ ଓଡ଼ିଆଙ୍କୁ କେଉଁ ଫ୍ରାଞ୍ଚାଇଜ ନେଉଛି, ତାହା ଦେଖିବା ବାକି ରହିଲା।