ସଂଗୀତାଙ୍କ କଥକ ନୃତ୍ୟରେ ମଧୁରାଅଷ୍ଟକମ

ଗୋପାଳପୁର ବାସି ମନ୍ତ୍ର ବିମୁଗ୍ଧ

ବ୍ରହ୍ମପୁର, ୧୬/୧୨: ଗୋପାଳପୁର ସମୁଦ୍ର ବେଳାଭୂମିରେ ୩୫ତମ ଦକ୍ଷିଣଏସିୟ ମୈତ୍ରୀ ଉତ୍ସବ ମହାସମାରୋହରେ ପ୍ରସିଦ୍ଧ କଥକ ନୃତ୍ୟଙ୍ଗନା ସଂଗୀତା ସାହୁଙ୍କ ମଧୁରାଅଷ୍ଟକମରେ ସାରା ଭାରତରୁ ୧୮ଟି ରାଜ୍ୟର ଶତାଧିକ ବିଶିଷ୍ଟ ଅତିଥିଙ୍କ ସହ ଗୋପାଳପୁର ବାସି ମନ୍ତ୍ର ବିମୁଗ୍ଧ ହୋଇ ଉଠିଥିଲେ।

ମୁଖ୍ୟ ଅତିଥି ବ୍ରହ୍ମପୁର ସାଂସଦ ଡ଼କ୍ଟର ପ୍ରଦୀପ କୁମାର ପାଣିଗ୍ରାହୀ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର କୁଳପତି ଡ଼କ୍ଟର ଗୀତାଞ୍ଜଳି ଦାସ ସଭାପତି ଦୀପକ କୁମାର ମାଲବ୍ୟ କଥକ ନୃତ୍ୟଶିଳ୍ପୀ ସଂଗୀତା ସାହୁଙ୍କୁ ମାନପତ୍ର ଓ ପ୍ରତୀକାତ୍ମକ ଉପଢୌକନ ଦେଇ ସମ୍ଭର୍ଦ୍ଧିତ କରିଥିଲେ।