ସମ୍ବଲପୁର, ୧୬/୧୨: ଓଡିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟ (ଓଏସଓୟୁ ) ପକ୍ଷରୁ ସମ୍ବଲପୁର ସ୍ଥିତ କାର୍ଯ୍ୟାଳୟ ପରିସରରେ ଦୁଇ ଦିନ ଧରି ଜାତୀୟ ସମିଳନୀ ପ୍ରୟାସ ଅନୁଷ୍ଠିତ ହୋଇଯାଇଛି। ଏନ ଇ ପି ୨୦୨୦ ଟ୍ରାନଫେର୍ମେସନାଲ ଏଜୁକେସନ ପଲିସି ବିଷୟ କୁ ନେଇ ଏହି ସମିଳନୀ କରାଯାଇଥିଲା।ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଶ୍ୟାମ ସୁନ୍ଦର ପଟନାୟକଙ୍କର ଅଧକ୍ଷତାରେ ଆୟୋଜିତ ପ୍ରଥମ ଅଧିବେଶନରେ ଜାତୀୟ ଶୈକ୍ଷିକ ବୈଷୟିକ ପ୍ରତିଷ୍ଠାନର ଅଧକ୍ଷ ତଥା ‘ନାକ’ ର ପୂର୍ବତନ ଅଧକ୍ଷ ପ୍ରଫେସର ଅନିଲ ଡି ସହସ୍ରବୁଦ୍ଧି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସମିଳନୀ କୁ ଅନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଏହି ଅଧିବେଶନ ରେ ଭାରତ ସରକାର ଙ୍କ ପୂର୍ବତନ ଯୁଗ୍ମ ସଚିବ ମଧୁ ରଞ୍ଜନ କୁମାର, ଇନ୍ଦିରା ଗାନ୍ଧୀ ଜାତୀୟ ମୁକ୍ତ ବିଶ୍ୱବିଦ୍ୟାଳୟ ର କୁଳପତି ଉମା କାଞ୍ଜିଲାଲ, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ର ପୂର୍ବତନ କୁଳପତି ତଥା ସମ୍ବଲପୁର ପବ୍ଲିକ ଲାଇବ୍ରେରୀ ର ଅଧକ୍ଷ ପ୍ରଫେସର ଆଦିତ୍ୟ ପ୍ରସାଦ ପାଢ଼ୀ ଙ୍କ ସହିତ ଟାଟା ପାୱାର ସି ଇ ଓ ପ୍ରବୀଣ କୁମାର ବର୍ମା ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ପ୍ରାରମ୍ଭରେ ଜାତୀୟ ସମିଳନୀ ପ୍ରୟାସ ର ସମ୍ପାଦିକା ଡକ୍ଟର ସୁଭଦ୍ରା ମହାରଣା କାର୍ଯ୍ୟକ୍ରମ ସମ୍ପର୍କରେ ଅବଗତ କରିଥିଲେ।
ଏହି ଅଧିବେଶନର ପ୍ରଥମ ବୈଷୟିକ ସୋପାନରେ ଅଧକ୍ଷତା କରିଥିଲେ ପ୍ରଫେସର ଅନିଲ ଡି ସହସ୍ରସୁବୁଦ୍ଧି। କଣ୍ଟେମ୍ପୋରାରୀ ଡେଭେଲପମେଣ୍ଟ ଆମଙ୍ଗ ରିବୋଟ ଲର୍ନିଙ୍ଗ ଓ ଇଂଟିଗ୍ରେଟିଙ୍ଗ ହାଇ ସ୍କିଲ ଇନ ହାଏର ଏଯୁକେସନ ବିଷୟରେ ଅଥିଥି ମନେ ନିଜ ନିଜର ତଥ୍ୟ ଉପସ୍ଥାପନା ସହିତ ବିଶେଷ ଭାବରେ ଆଲୋଚନା କରିଥିଲେ।ସମ୍ୱନ୍ୱିତ କୌଶଳ ମାଧ୍ୟମରେ ଦୂର ଦୁରାନ୍ତର ଶିକ୍ଷାର୍ଥୀମାଙ୍କର ସାମନ୍ତରାଳ ବିକାଶ ବୈଷୟିକ ଜ୍ଞାନର ସଂହତି ବିକାଶ ଓ ଲକ୍ଷ୍ୟ ସମ୍ପର୍କରେ ଆଲୋଚନା କରାଯାଇଥିଲା।
ପରବର୍ତ୍ତୀ ଅଧିବେଶନରେ ଟେକନୋଲୋଜି ଇନଟିଗ୍ରେସନ ସମ୍ପର୍କରେ ବିଭିନ୍ନ ପ୍ରକଳ୍ପ ଉପସ୍ଥାପନ କରାଯାଇଥିଲା। ଏହି ସୋପାନ ରେ ଏନ ଆଇ ଟି ଟି ଆର ଭୋପାଳ ର ପ୍ରଫେସର ଏସ ରାଜୁ ଅଧକ୍ଷତା କରିଥିବା ବେଳେ ଓଡିଶା ମୁକ୍ତ ବିଶ୍ୱବିଦ୍ୟାଳୟ ର ପରୀକ୍ଷା ନିୟଂତ୍ରକ ଡକ୍ଟର ସୁରେଶ ପଟେଇ ଓ ହିନ୍ଦୀ ବିଭାଗ ର ସହକାରୀ ପ୍ରଫେସର ଡକ୍ଟର ନବନୀତ କୁମାର ସଂଯୋଜନା କରିଥିଲେ। ସନ୍ଧ୍ୟାରେ ସ୍ଥାନୀୟ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।
ଏହି ଦୁଇ ଦିନିଆ ଜାତୀୟ ସମିଳନୀ ରେ ରାଜ୍ୟ ତଥା ରାଜ୍ୟ ବାହାରୁ ବହୁ ବିଶିଷ୍ଟ ଶିକ୍ଷାବିତ, ଅବସରର ପ୍ରାପ୍ତ ପ୍ରାଧ୍ୟାପକ, ଗବେଷଣା କରୁଥିବା ଛାତ୍ରଛାତ୍ରୀ, ଅଧାପକ ମାନେ ଯୋଗ ଦେଇଥିଲେ। ଓଡିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟ ପକ୍ଷରୁ ଜାତୀୟ ସମିଳନୀ ପ୍ରୟାସ ଯୋଉଁ ଦୁରଦୃଷ୍ଟି ନେଇ ପରିକଳ୍ପନା କରାଯାଇଛି ତାହା ଆଗାମୀ ଦିନରେ ବାସ୍ତବରେ ପରିଣତ ହେବା ସହିତ ଶିକ୍ଷା କ୍ଷେତ୍ରରେ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିବ ବୋଲି କୁଳପତି ପ୍ରଫେସର ଶ୍ୟାମ ସୁନ୍ଦର ପଟନାୟକ ଆଶା ରଖିଛନ୍ତି। ଏହି ଜାତୀୟ ସମିଳନୀ ଆସନ୍ତା ବର୍ଷ ଠିକ ଏହି ସମୟରେ ଅନୁଷ୍ଠିତ ହେବ ବୋଲି ଶେଷରେ ଘୋଷଣା କରାଯାଇଥିଲା।ଏହି କାର୍ଯ୍ୟକ୍ରମ କୁ ମୁକ୍ତଓଡିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟ (ଓ ଏସ ଓ ୟୁ ) ପକ୍ଷରୁ ସମ୍ବଲପୁର ସ୍ଥିତ କାର୍ଯ୍ୟାଳୟ ପରିସରରେ ଦୁଇ ଦିନ ଧରି ଜାତୀୟ ସମିଳନୀ ପ୍ରୟାସ ଅନୁଷ୍ଠିତ ହୋଇଯାଇଛି। ଏନ ଇ ପି ୨୦୨୦ ଟ୍ରାନଫେର୍ମେସନାଲ ଏଜୁକେସନ ପଲିସି ବିଷୟ କୁ ନେଇ ଏହି ସମିଳନୀ କରାଯାଇଥିଲା।ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଶ୍ୟାମ ସୁନ୍ଦର ପଟନାୟକଙ୍କର ଅଧକ୍ଷତାରେ ଆୟୋଜିତ ପ୍ରଥମ ଅଧିବେଶନରେ ଜାତୀୟ ଶୈକ୍ଷିକ ବୈଷୟିକ ପ୍ରତିଷ୍ଠାନର ଅଧକ୍ଷ ତଥା ‘ନାକ’ ର ପୂର୍ବତନ ଅଧକ୍ଷ ପ୍ରଫେସର ଅନିଲ ଡି ସହସ୍ରବୁଦ୍ଧି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସମିଳନୀ କୁ ଅନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଏହି ଅଧିବେଶନ ରେ ଭାରତ ସରକାର ଙ୍କ ପୂର୍ବତନ ଯୁଗ୍ମ ସଚିବ ମଧୁ ରଞ୍ଜନ କୁମାର, ଇନ୍ଦିରା ଗାନ୍ଧୀ ଜାତୀୟ ମୁକ୍ତ ବିଶ୍ୱବିଦ୍ୟାଳୟ ର କୁଳପତି ଉମା କାଞ୍ଜିଲାଲ, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ର ପୂର୍ବତନ କୁଳପତି ତଥା ସମ୍ବଲପୁର ପବ୍ଲିକ ଲାଇବ୍ରେରୀ ର ଅଧକ୍ଷ ପ୍ରଫେସର ଆଦିତ୍ୟ ପ୍ରସାଦ ପାଢ଼ୀ ଙ୍କ ସହିତ ଟାଟା ପାୱାର ସି ଇ ଓ ପ୍ରବୀଣ କୁମାର ବର୍ମା ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ପ୍ରାରମ୍ଭରେ ଜାତୀୟ ସମିଳନୀ ପ୍ରୟାସ ର ସମ୍ପାଦିକା ଡକ୍ଟର ସୁଭଦ୍ରା ମହାରଣା କାର୍ଯ୍ୟକ୍ରମ ସମ୍ପର୍କରେ ଅବଗତ କରିଥିଲେ।
ଏହି ଅଧିବେଶନର ପ୍ରଥମ ବୈଷୟିକ ସୋପାନରେ ଅଧକ୍ଷତା କରିଥିଲେ ପ୍ରଫେସର ଅନିଲ ଡି ସହସ୍ରସୁବୁଦ୍ଧି। କଣ୍ଟେମ୍ପୋରାରୀ ଡେଭେଲପମେଣ୍ଟ ଆମଙ୍ଗ ରିବୋଟ ଲର୍ନିଙ୍ଗ ଓ ଇଂଟିଗ୍ରେଟିଙ୍ଗ ହାଇ ସ୍କିଲ ଇନ ହାଏର ଏଯୁକେସନ ବିଷୟରେ ଅଥିଥି ମନେ ନିଜ ନିଜର ତଥ୍ୟ ଉପସ୍ଥାପନା ସହିତ ବିଶେଷ ଭାବରେ ଆଲୋଚନା କରିଥିଲେ।ସମ୍ୱନ୍ୱିତ କୌଶଳ ମାଧ୍ୟମରେ ଦୂର ଦୁରାନ୍ତର ଶିକ୍ଷାର୍ଥୀମାଙ୍କର ସାମନ୍ତରାଳ ବିକାଶ ବୈଷୟିକ ଜ୍ଞାନର ସଂହତି ବିକାଶ ଓ ଲକ୍ଷ୍ୟ ସମ୍ପର୍କରେ ଆଲୋଚନା କରାଯାଇଥିଲା।
ପରବର୍ତ୍ତୀ ଅଧିବେଶନ ରେ ଟେକନୋଲୋଜି ଇନଟିଗ୍ରେସନ ସମ୍ପର୍କରେ ବିଭିନ୍ନ ପ୍ରକଳ୍ପ ଉପସ୍ଥାପନ କରାଯାଇଥିଲା। ଏହି ସୋପାନ ରେ ଏନ ଆଇ ଟି ଟି ଆର ଭୋପାଳ ର ପ୍ରଫେସର ଏସ ରାଜୁ ଅଧକ୍ଷତା କରିଥିବା ବେଳେ ଓଡିଶା ମୁକ୍ତ ବିଶ୍ୱବିଦ୍ୟାଳୟ ର ପରୀକ୍ଷା ନିୟଂତ୍ରକ ଡକ୍ଟର ସୁରେଶ ପଟେଇ ଓ ହିନ୍ଦୀ ବିଭାଗ ର ସହକାରୀ ପ୍ରଫେସର ଡକ୍ଟର ନବନୀତ କୁମାର ସଂଯୋଜନା କରିଥିଲେ। ସନ୍ଧ୍ୟାରେ ସ୍ଥାନୀୟ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।
ଏହି ଦୁଇ ଦିନିଆ ଜାତୀୟ ସମିଳନୀ ରେ ରାଜ୍ୟ ତଥା ରାଜ୍ୟ ବାହାରୁ ବହୁ ବିଶିଷ୍ଟ ଶିକ୍ଷାବିତ, ଅବସରର ପ୍ରାପ୍ତ ପ୍ରାଧ୍ୟାପକ, ଗବେଷଣା କରୁଥିବା ଛାତ୍ରଛାତ୍ରୀ, ଅଧାପକ ମାନେ ଯୋଗ ଦେଇଥିଲେ। ଓଡିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟ ପକ୍ଷରୁ ଜାତୀୟ ସମିଳନୀ ପ୍ରୟାସ ଯୋଉଁ ଦୁରଦୃଷ୍ଟି ନେଇ ପରିକଳ୍ପନା କରାଯାଇଛି ତାହା ଆଗାମୀ ଦିନରେ ବାସ୍ତବରେ ପରିଣତ ହେବା ସହିତ ଶିକ୍ଷା କ୍ଷେତ୍ରରେ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିବ ବୋଲି କୁଳପତି ପ୍ରଫେସର ଶ୍ୟାମ ସୁନ୍ଦର ପଟନାୟକ ଆଶା ରଖିଛନ୍ତି। ଏହି ଜାତୀୟ ସମିଳନୀ ଆସନ୍ତା ବର୍ଷ ଠିକ ଏହି ସମୟରେ ଅନୁଷ୍ଠିତ ହେବ ବୋଲି ଶେଷରେ ଘୋଷଣା କରାଯାଇଥିଲା।ବିଶ୍ୱବିଦ୍ୟାଳୟ ର ସମସ୍ତ ବରିଷ୍ଠ ଅଧିକାରୀ, କର୍ମଚାରୀ ମାନେ ଏହି କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ।