ଜାକର୍ତ୍ତା, ୨୨/୧୨: ସୋମବାର ମଧ୍ୟରାତ୍ରିରେ ଇଣ୍ଡୋନେସିଆର ଜାଭା ଦ୍ୱୀପରେ ଘଟିଛି ଭୟଙ୍କର ସଡକ ଦୁର୍ଘଟଣା। ୩୪ ଜଣଙ୍କୁ ନେଇ ଯାଉଥିବା ଏକ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଯେଉଁଥିରେ ୧୬ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଛି ବୋଲି ଅଧିକାରୀମାନେ କହିଛନ୍ତି।
ଦୁର୍ଘଟଣାର ପ୍ରାୟ ୪୦ ମିନିଟ୍ ପରେ ଉଦ୍ଧାରକାରୀ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲେ। ଅଧିକାରୀମାନେ ନିଶ୍ଚିତ କରିଛନ୍ତି ଯେ ଘଟଣାସ୍ଥଳରୁ ଛଅ ଜଣ ଯାତ୍ରୀଙ୍କ ମୃତଦେହ ମିଳିଛି। ମେଡିକାଲକୁ ସ୍ଥାନାନ୍ତରିତ ହେବା ସମୟରେ ଆଉ ୧୦ ଜଣ ଗୁରୁତର ପ୍ରାଣ ହରାଇଛନ୍ତି। ଆହତ ୧୮ ଜଣଙ୍କୁ ଚିକିତ୍ସିତ କରାଯାଉଥିବା ବେଳେ ସେମାନଙ୍କ ମଧ୍ୟରୁ ୫ ଜଣଙ୍କ ଅବସ୍ଥା ଗୁରୁତର ରହିଛି।
ଟୋଲ୍ ରାସ୍ତାରେ ଡ୍ରାଇଭର ନିୟନ୍ତ୍ରଣ ହରାଇ ଏକ କଂକ୍ରିଟ୍ ଡିଭାଇଡରକୁ ଧକ୍କା ଦେବା ପରେ ଏହି ଦୁର୍ଘଟଣା ଘଟିଥିଲା। ରାଜଧାନୀ ଜାକର୍ତ୍ତାରୁ ବସ୍ ଯାତ୍ରୀମାନଙ୍କୁ ନେଇ ଯୋଗ୍ୟାକାର୍ତାକୁ ନେଉଥିବା ବେଳେ କେନ୍ଦ୍ରୀୟ ଜାଭାର ସେମାରାଙ୍ଗ ସହରର କ୍ରାପ୍ୟାକ୍ ଟୋଲ୍ ରାସ୍ତାରେ ବସଟି ଓଲଟି ପଡ଼ିଥିଲା ବୋଲି ସୂଚନା ମିଳିଛି।