ବିଶ୍ୱ ଓଡ଼ିଆ ପରିବାରର ‘ଓଡ଼ିଆ ଖାଦ୍ୟ ମହୋତ୍ସବ-୨୦୨୫ର ତୃତୀୟ ଦିବସ
କେବଳ ମହୋତ୍ସବ ନୁହେଁ ଏହା ନୂତନ ଦିଗନ୍ତ ସୃଷ୍ଟି କରିବ: ପ୍ରତିଭା ଶତପଥି
ଭୁବନେଶ୍ୱର, ୨୫/୧୨: ବିଶ୍ୱ ଓଡ଼ିଆ ପରିବାର ପକ୍ଷରୁ ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ି ଆଠାରେ ଆୟୋଜିତ ଖାଦ୍ୟ ମହୋତ୍ସବରେ ତୃତୀୟ ଦିବସରେ ରାଜ୍ୟରେ ଚମକ୍ରାର ନିରାମିଷ ବ୍ୟଞ୍ଜନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ରାଜ୍ୟ ମହିଳା କମିଶନର ସଭ୍ୟା ଶୀମତୀ ପ୍ରତିଭା ଶତପଥୀ କାର୍ଯ୍ୟକ୍ରମକୁ ଉଦଘାଟନ କରି କହିଥିଲେ ଯେ, କେବଳ ଖାଦ୍ୟ ମହୋତ୍ସବ ନୁହେଁଏହା ଓଡ଼ିଶାର ଖାଦ୍ୟକୁ ନେଇ ଏକ ନୂତନ ଦିଗନ୍ତ ସୃଷ୍ଟି କରିବ । ବିଶେଷ କରି ଏପରି କାର୍ଯ୍ୟକ୍ରମ ନିଶ୍ଚିତ ଭାବବେିସ୍ତାରିତ ହୋଇପାରିବ । ଏହା ଓଡିÿଆଙ୍କ ମର୍ଯ୍ୟାଦାକୁ ଉଚ୍ଚତର ସୋପାନକୁ ନେଇପାରିବ । ସେହିପରି ମହାକାଳପଡାର ବିଧାୟକ ଶ୍ରୀ ଦୂର୍ଗାପ୍ରସନ୍ନ ନାୟକ ପ୍ରତିଯୋଗିତାର ବିଚାରକମାନଙ୍କୁ ସମ୍ମାନୀତ କରିଥିଲେ । ସେ କହିଥିଲେ ଯେ, ବିଶ୍ୱ ଓଡ଼ିଆ ପରିବାର ପକ୍ଷରୁ ଏପରି ଆୟୋଜନ ପ୍ରଶଂସନୀୟ ଅଟେ । ବାସ୍ତବରେ ଓଡ଼ିଶାର ଖାଦ୍ୟ ଉଭୟ ଆର୍ଥିକ ଓ ସାସ୍କୃତିକକୁ ଋଦ୍ଧିମନ୍ତ କରିବ । ସଭାରେ ବିଶିଷ୍ଟ ବ୍ୟକ୍ତିମାନେ ମତବ୍ୟକ୍ତ କରିଛନ୍ତି ଯେ, ଓଡ଼ିଆ ଖାଦ୍ୟମହୋତ୍ସବ ରାଜ୍ୟରେ ପ୍ରଥମ ଓ ଏକ ସଫଳ ପ୍ରୟାସ ଏହାକୁ ବ୍ୟାପକତା କରିବା ପାଇଁ ସେ ଅହ୍ୱାନ ଦେଇଥିଲା ।
ନିରାମିଷ ଖାଦ୍ୟ ପ୍ରତିଯୋଗିତାରେ ୬୦ ଜଣ ମହିଳା ଅଂଶଗ୍ରହଣ କରିଥିଲେ । ଏଥିରେ ଜଗନ୍ନାଥଙ୍କ ପ୍ରସାଦାରୁ ଆରମ୍ଭ କରି ବେସର, ମହୁର, ପତ୍ରପୋଡା ଆଦି ବିଭିନ୍ନ ପ୍ରକାର ବ୍ୟଞ୍ଜନ ସ୍ଥାନ ପାଇଥିଲା । ବିଶିଷ୍ଟ ଖାଦ୍ୟ ବିଶେଜ୍ଞ ପ୍ରଫେସର ଆଶିଷ କୁମାର ସ୍ୱାଇଁ, ଡ଼ଃ ପୁଷ୍ପାଞ୍ଜଳୀ ମିଶ୍ର, ଶ୍ରୀ ବୃନ୍ଦାବନ ବେହେରା, ଡ଼ଃ ରାଜେଶ୍ୱରୀ ପାଇକରାୟ, ଡ଼କ୍ଟର ସ୍ୱପ୍ନା ମିଶ୍ର ବିଚାରକ ଭାବରେ ଯୋଗ ଦେଇଥିଲେ । ଶ୍ରୀମତୀ ସଂଗୀତା ଦାସ ଓ ଡ଼ଃ ପ୍ରୀତିପ୍ରତିଭା ଭୋଳ କାର୍ଯ୍ୟକ୍ରମର ପରିଚାଳନା କରିଥିଲେ । କାର୍ଯ୍ୟକ୍ରମରେ ଅନୁଷ୍ଠାନ ଶ୍ରୀ ସଜ୍ଜନ ଶର୍ମା ଉତ୍ସବର ମହତ୍ୱ ସମ୍ବନ୍ଧରେ ଅବଗତ କରାଇଥିଲେ । କାର୍ଯ୍ୟକ୍ରମରେ ପରିଚାଳନା କରିଥିଲେ ।