ବେଦାନ୍ତ ଆଲୁମିନିୟମର ଝାରସୁଗୁଡା ୟୁନିଟ ୧୦୦୦ତମ ଫ୍ଲାଏଆଶ୍ ରେକ୍ ପଠାଇବା ସହିତ ବୃତାକାର ଅର୍ଥନୀତି ନେତୃତ୍ୱକୁ ସୁଦୁଢ କରିଛି

ବଡ଼ ପରିମାଣର ଫ୍ଲାଏଆଶ୍ ବ୍ୟବହାର ଏବଂ ସ୍ଥାୟୀ ନିର୍ମାଣର ଜାତୀୟ ଉଦ୍ଦେଶ୍ୟ ସହିତ ସଂଯୁକ୍ତ ଅଟେ

ଭୁବନେଶ୍ୱର, ୨୫/୧୨: ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ ଏହାର ଝାରସୁଗୁଡା ୟୁନିଟରୁ ୧୦୦୦ତମ ଫ୍ଲାଏ ଆଶ୍ ରେକ୍ ପଠାଇ ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାୟୀତ୍ୱ ଏବଂ କାର୍ଯ୍ୟକ୍ଷମ ମାଇଲଖୁଂଟ ଭାବରେ ଚିହ୍ନିତ ହୋଇଛି । ଏହି ସଫଳତା କମ୍ପାନୀର ବୃତାକାର ଅର୍ଥନୀତି ନୀତି ଏବଂ ଦାୟିତ୍ୱପୂର୍ଣ୍ଣ ସମ୍ବଳ ପରିଚାଳନା ପ୍ରତି ପ୍ରତିବଦ୍ଧତାକୁ ସ୍ପଷ୍ଟ କରିଛି ।

୨୦୨୨ ମସିହାରେ ଏହାର ଫ୍ଲାଏ ଆଶ୍ ରେକ୍ ପଠାଯିବା ପଦକ୍ଷେପ ଆରମ୍ଭ କରିବା ପରଠାରୁ, ବେଦାନ୍ତ ଝାରସୁଗୁଡ଼ା ସମଗ୍ର ଭାରତରେ ସିମେଂଟ ନିର୍ମାତା ଏବଂ ଭିତିଭୂମି ପ୍ରକଳ୍ପଗୁଡ଼ିକୁ ୪ ନିୟୁତ ଟନ୍ ରୁ ଅଧିକ ଫ୍ଲାଏ ଆଶ୍ ଯୋଗାଇଛି । ଏହି ବୃହତ ପରିମାଣର ବ୍ୟବହାର ମିଶ୍ରିତ ଏବଂ ସବୁଜ ସିମେଂଟ ଉତ୍ପାଦନକୁ ସମର୍ଥନ କରେ, ଚୂନପଥର ଭଳି ପ୍ରାକୃତିକ ସମ୍ପଦ ଉପରେ ନିର୍ଭରତା ହ୍ରାସ କରିବା ସହିତ ପାରମ୍ପରିକ ସିମେଂଟ ଉତ୍ପାଦନ ସହିତ ଜଡିତ ଗ୍ରୀନହାଉସ୍ ଗ୍ୟାସ ନିର୍ଗମନକୁ ଉଲ୍ଲେଖନୀୟ ଭାବରେ ହ୍ରାସ କରିଛି ।

ଏହି ମାଇଲଖୁଂଟ ବିଷୟରେ ମତ ଦେଇ, ବେଦାନ୍ତ ଝାରସୁଗୁଡାର ସିଇଓ ସି ଚନ୍ଦ୍ରୁ କହିଛନ୍ତି, “ଆମର ୧୦୦୦ତମ ଫ୍ଲାଏ ଆସ୍ ରେକ୍ ପଠାଯିବା ଶୃଙ୍ଖଳାଗତ କାର୍ଯ୍ୟାନ୍ୱୟନ ଦ୍ୱାରା ସମର୍ôଥତ ସ୍ଥାୟୀତ୍ୱ ପ୍ରତି ଆମର ଦୃଢ଼ ପ୍ରତିବଦ୍ଧତାକୁ ପ୍ରତିଫଳିତ କରେ । ଏହି ମାଇଲଖୁଂଟ ଦର୍ଶାଏ ଯେ ଶିଳ୍ପ ଦକ୍ଷତା, ପରିବେଶଗତ ଦାୟିତ୍ୱ ଏବଂ ସହଯୋଗୀ ସହଭାଗୀତା କିପରି ଶିଳ୍ପ, ସମ୍ପ୍ରଦାୟ ଏବଂ ଗ୍ରହ ପାଇଁ ଦୀର୍ଘକାଳୀନ ମୂଲ୍ୟ ସୃଷ୍ଟି କରିବାକୁ ଏକତ୍ରିତ ହୋଇପାରେ ।

ଡାଲମିଆ ସିମେଂଟର କମୋଡିଟି ଏବଂ କ୍ରୟ ମୁଖ୍ୟ ତରୁଣ ଆହୁଜା ସହଭାଗୀତା ଉପରେ ଆଲୋକପାତ କରି କହିଛନ୍ତି, “ଫ୍ଲାଏ ଆସ୍ ପଠାଯିବା କାର୍ଯ୍ୟକ୍ରମ ସିମେଂଟ ଏବଂ ଭିତିଭୂମି କ୍ଷେତ୍ର ପାଇଁ ଏକ ନିର୍ଭରଯୋଗ୍ୟ ଯୋଗାଣ ଶୃଙ୍ଖଳ ନିର୍ମାଣ କରିଛି, ଯେତେବେଳେ ନିରାପଦ ଏବଂ ବୈଜ୍ଞାନିକ ପାଉଁଶ ପରିଚାଳନା ସୁନିଶ୍ଚିତ କରିଛି । ଏହା ଲଜିଷ୍ଟିକ୍ସ ଦକ୍ଷତା ବୃଦ୍ଧି କରିଛି ଏବଂ ପରିବେଶଗତ ପ୍ରଭାବକୁ ହ୍ରାସ କରିଛି । ଏହି ମାଇଲଖୁଂଟ ଭୂମି ଦଳଗୁଡ଼ିକର ଉତ୍ସର୍ଗତା ଏବଂ ରେଳ, ଲଜିଷ୍ଟିକ୍ସ ପାର୍ଟନର ଏବଂ ଗ୍ରାହକମାନଙ୍କ ସହିତ ନିର୍ବିଘ୍ନ ସମନ୍ୱୟକୁ ଦର୍ଶାଇଛି ।”

ବେଦାନ୍ତ ଝାରସୁଗୁଡାର ଫ୍ଲାଏ ଆସ୍ ପରିଚାଳନା ରଣନୀତି ୧୦୦% ପାଉଁଶ ବ୍ୟବହାର, ଲ୍ୟାଣ୍ଡଫିଲ୍ ବ୍ୟବହାରକୁ କମ କରିବା ଏବଂ ସ୍ଥାୟୀ ନିର୍ମାଣକୁ ପ୍ରୋତ୍ସାହିତ କରିବା ଜାତୀୟ ଉଦ୍ଦେଶ୍ୟ ସହିତ ସମାନ । ରେଳ ପରିବହନକୁ ଉପଯୋଗ କରି, କାର୍ଯ୍ୟକ୍ରମ ରାସ୍ତା ଭିଡ଼ ଏବଂ ନିର୍ଗମନକୁ ହ୍ରାସ କରେ, କମ୍ପାନୀର ପରିବେଶ-ଅନୁକୂଳ ଲଜିଷ୍ଟିକ୍ସ ପଦ୍ଧତିକୁ ସୁଦୃଢ଼ କରିଥାଏ । ଭାରତର ସର୍ବବୃହତ ଆଲୁମିନିୟମ ପ୍ଲାଂଟ ଭାବରେ, ବେଦାନ୍ତ ଝାରସୁଗୁଡା ନବସୃଜନ, ପ୍ରକ୍ରିୟା ଅପ୍ଟିମାଇଜେସନ୍ ଏବଂ ଅଂଶୀଦାରଙ୍କ ସହଯୋଗ ମାଧ୍ୟମରେ ସ୍ଥାୟୀତ୍ୱକୁ ସମନ୍ୱିତ କରି ଚାଲିଛି, ପ୍ରତିବଦ୍ଧତାକୁ ମାପଯୋଗ୍ୟ ଫଳାଫଳରେ ପରିଣତ କରିଛି ।

ବେଦାନ୍ତ ଲିମିଟେଡର ଏକ ବ୍ୟବସାୟ, ବେଦାନ୍ତ ଆଲୁମିନିୟମ, ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ, ଯାହା ଆର୍ôଥକ ବର୍ଷ ୨୫ ରେ ଭାରତର ଅଧାରୁ ଅଧିକ ଆଲୁମିନିୟମ ଅର୍ଥାତ୍ ୨.୪୨ ନିୟୁତ ଟନ୍ ଉତ୍ପାଦନ କରୁଛି । ଏହା ମୂଲ୍ୟଯୁକ୍ତ ଆଲୁମିନିୟମ ଉତ୍ପାଦରେ ଏକ ନେତା ଯାହା ମୁଖ୍ୟ ଶିଳ୍ପଗୁଡ଼ିକରେ ଗୁରୁତ୍ୱପୂର୍ଣ୍ଣ ପ୍ରୟୋଗ ଖୋଜେ । ଆଲୁମିନିୟମ ଶିଳ୍ପ ପାଇଁ ଏସଏଣ୍ଡପି ଗ୍ଲୋବାଲ୍ କର୍ପୋରେଟ୍ ସଷ୍ଟେନେବିଲିଟି ଆସେସମେଂଟ ୨୦୨୫ ବିଶ୍ୱ ରାଙ୍କିଂରେ ବେଦାନ୍ତ ଆଲୁମିନିୟମ ଦ୍ୱିତୀୟ ସ୍ଥାନରେ ଅଛି, ଯାହା ଏହାର ଅଗ୍ରଣୀ ସ୍ଥାୟୀ ବିକାଶ ଅଭ୍ୟାସର ପ୍ରତିଫଳନ । ଭାରତରେ ଏହାର ବିଶ୍ୱସ୍ତରୀୟ ଆଲୁମିନିୟମ ସ୍ମେଲ୍ଟର, ଆଲୁମିନା ରିଫାଇନାରୀ ଏବଂ ପାୱାର ପ୍ଲାଂଟ ସହିତ, କମ୍ପାନୀ ଏକ ସବୁଜ ଆସନ୍ତାକାଲି ପାଇଁ ‘ଭବିଷ୍ୟତର ଧାତୁ’ ଭାବରେ ଆଲୁମିନିୟମର ଉଦୀୟମାନ ପ୍ରୟୋଗଗୁଡ଼ିକୁ ପ୍ରୋତ୍ସାହିତ କରିବାର ଏହାର ଲକ୍ଷ୍ୟ ପୂରଣ କରୁଛି ।