ଭୁବନେଶ୍ୱର, ୨୬/୧୨: ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତ୍ରୀ ଏବଂ ପୂର୍ବତନ କୋରେଇ ବିଧାୟିକା ସଞ୍ଚିତା ମହାନ୍ତିଙ୍କ ପରଲୋକ ଘଟିଛି। ଶୁକ୍ରବାର ଦିନ ଭୁବନେଶ୍ୱରସ୍ଥିତ ତାଙ୍କ ବାସଭବନରେ ପରଲୋକ ଗମନ କରିଛନ୍ତି ବୋଲି ଦଳୀୟ ସୂତ୍ରରୁ ଜଣାପଡିଛି। ସେ କିଛି ମାସ ଧରି ଅସୁସ୍ଥ ଥିଲେ ଏବଂ ଚିକିତ୍ସାଧୀନ ଥିଲେ।
ସେ ୨୦୦୪ ରୁ ୨୦୦୯ ପର୍ଯ୍ୟନ୍ତ ଯାଜପୁର ଜିଲ୍ଲାର କୋରେଇ ବିଧାନସଭା ନିର୍ବାଚନମଣ୍ଡଳୀରୁ ପ୍ରତିନିଧିତ୍ୱ କରିଥିଲେ।
ପୂର୍ବତନ ବିଧାୟିକା ସଞ୍ଚିତା ମହାନ୍ତିଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ଶୋକ ପ୍ରକାଶ କରିଛନ୍ତି। “ମହାପ୍ରଭୁ ଶ୍ରୀ ଜଗନ୍ନାଥ ଶୋକସନ୍ତପ୍ତ ପରିବାକୁ ସାହସ ଓ ଶକ୍ତି ପ୍ରଦାନ କରନ୍ତୁ” ବୋଲି ମୁଖ୍ୟମନ୍ତ୍ରୀ ଶୋକ ବାର୍ତ୍ତାରେ କହିଛନ୍ତି। ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ ମଧ୍ୟ ଶୋକପ୍ରକାଶ କରିଛନ୍ତି।