ସ୍କୁଲ୍‌ ପିଲାଙ୍କ ପାଇଁ ଆରମ୍ଭ ହେବ ମାଗଣା ବସ୍‌ ସେବା

ବସ୍‌ରେ ଯାତ୍ରା ବେଳେ ୟୁନିଫର୍ମରେ ରହିବେ ଛାତ୍ରଛାତ୍ରୀ

ଭୁବନେଶ୍ୱର, ୨୬/୧୨: ରାଜ୍ୟରେ ସ୍କୁଲ୍‌ ପିଲାଙ୍କ ପାଇଁ ଆରମ୍ଭ ହେବ ମାଗଣା ବସ୍‌ ସେବା। ମୁଖ୍ୟମନ୍ତ୍ରୀ ବସ୍‌ ସେବା ଯୋଜନାରେ ପିଲାଙ୍କୁ ମିଳିବ ମାଗଣା ବସ୍‌ ସେବା। ସ୍କୁଲ ଓ ଗଣଶିକ୍ଷା ବିଭାଗର ପ୍ରସ୍ତାବକୁ ରାଜ୍ୟ ସରକାର ଅନୁମୋଦନ କରିଛନ୍ତି। ମାଗଣା ବସ୍‌ ସେବା ନେଇ ପରିବହନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

ଡ୍ରପ୍‌ ଆଉଟ୍‌ ହ୍ରାସ କରିବାକୁ ଆରମ୍ଭ ହେବ ମାଗଣା ବସ୍‌ ସେବା। ଉଭୟ ଏସି ଓ ନନ୍‌ ଏସି ବସ୍‌ରେ ଲାଗୁ ହେବ। ବସ୍‌ରେ ଯାତ୍ରା ବେଳେ ୟୁନିଫର୍ମରେ ରହିବା ସହ ଆଇକାର୍ଡ ପକାଇବେ ଛାତ୍ରଛାତ୍ରୀ। ଏହି ବସ୍ ସେବା ପାଇଁ ବର୍ତ୍ତମାନର ବସ୍‌ ରୁଟ୍ ଓ ଟାଇମିଂରେ ସଂଶୋଧନ କରିବ OSRTC। ସଂଶୋଧିତ ରୁଟ୍‌ରେ ସର୍ବାଧିକ ସ୍କୁଲ ଥିବା ରାସ୍ତାକୁ ସାମିଲ୍ କରାଯିବ।