ଅନୁଗୋଳ ‘କିଶୋରନଗର କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ କପ୍’ ରେ ଯୋଗଦେଲେ କେନ୍ଦ୍ରମନ୍ତ୍ରୀ

• ଫାଇନାଲ୍ ବିଜୟୀ ଦଳକୁ ପୁରସ୍କୃତ କଲେ କେନ୍ଦ୍ରମନ୍ତ୍ରୀ • କ୍ରୀଡ଼ା ପ୍ରତିଭାଙ୍କୁ ଲୋକଲୋଚନକୁ ଆଣିବା ପାଇଁ ଏଭଳି ପ୍ରୟାସ ପ୍ରଶଂସନୀୟ

ଖେଳାଳିମାନଙ୍କ ଉତ୍ସାହ ପ୍ରଶଂସନୀୟ: ଧର୍ମେନ୍ଦ୍ର ପ୍ରଧାନ

ଅନୁଗୋଳ, ୨୮/୧୨: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରବିବାର କିଶୋରନଗର ଠାରେ ଆୟୋଜିତ ‘କିଶୋରନଗର କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ କପ୍ ୨୦୨୫-୨୬’ ରେ ଯୋଗଦେଇ ଫାଇନାଲ୍ ବିଜୟୀ ଦଳକୁ ପୁରସ୍କୃତ କରିବା ସହ ଖେଳାଳିମାନଙ୍କୁ ଉତ୍ସାହିତ କରିଛନ୍ତି ।

ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରିଥିବା ସମସ୍ତ ଖେଳାଳିଙ୍କ ଉତ୍ସାହ ଓ ଉଦ୍ଦୀପନାକୁ ଶ୍ରୀ ପ୍ରଧାନ ଉଚ୍ଚ ପ୍ରଶଂସା କରିଛନ୍ତି । ସ୍ଥାନୀୟ ସ୍ତରରେ କ୍ରୀଡ଼ା ପ୍ରତିଭାଙ୍କୁ ଲୋକଲୋଚନକୁ ଆଣିବା ପାଇଁ ଆୟୋଜକଙ୍କ ଏଭଳି ପ୍ରୟାସକୁ ସେ ସ୍ୱାଗତ କରିଛନ୍ତି । ଶ୍ରୀ ପ୍ରଧାନ କହିଛନ୍ତି ଯେ, ଖେଳ କେବଳ ମନୋରଞ୍ଜନ ନୁହେଁ, ବରଂ ଏହା ଅନୁଶାସନ ଓ ଏକତା ଶିଖାଇଥାଏ । କିଶୋରନଗର କ୍ରିକେଟ୍ ଟୁର୍ଣ୍ଣାମେଣ୍ଟରେ ଯୁବ ଖେଳାଳିଙ୍କ ମଧ୍ୟରେ ଯେଉଁ ଉତ୍ସାହ ଦେଖିବାକୁ ମିଳିଲା, ତାହା ପ୍ରଶଂସନୀୟ । ଆଗାମୀ ଦିନରେ ଏହି ଅଞ୍ଚଳରୁ ଅନେକ ପ୍ରତିଭା ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ନାମ ରଖିବେ ବୋଲି ଶ୍ରୀ ପ୍ରଧାନ ଆଶାବ୍ୟକ୍ତ କରିଛନ୍ତି ।