ବିଶ୍ୱ ଓଡ଼ିଆ ପରିବାରର ‘ଓଡ଼ିଶା ଖାଦ୍ୟ ମହୋତ୍ସବ-୨୦୨୫ର ଷଷ୍ଠ ଦିବସ

ଓଡ଼ିଶାର ଖାଦ୍ୟ ଓଡ଼ିଆ ଅସ୍ମିତାର ପରିଚୟ: ସାଂସଦ ଅନୀତା ଶୁଭଦର୍ଶିନୀ

ଖାଦ୍ୟ ହେଲେ ଲକ୍ଷ୍ମୀ, ଏହାର ଅପବ୍ୟବହାର ଅପରାଧ ସଦୃଶ

ଭୁବନେଶ୍ୱର, ୨୮/୧୨: ବିଶ୍ୱ ଓଡ଼ିଆ ପରିବାର ଦ୍ୱାରା ଆୟୋଜିତ ‘ଓଡ଼ିଶା ଖାଦ୍ୟ ମହୋତ୍ସବ-୨୦୨୫ର ଷଷ୍ଠ ଦିବସରେ ଅତିଥି ଭାରେ ଯୋଗ ଦେଇ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଆସ୍କା ସାଂସଦ ଶ୍ରୀମତୀ ଅନୀତା ଶୁଭଦର୍ଶିନ କହିଛନ୍ତି ଯେ, ଓଡ଼ିଶାର ଖାଦ୍ୟ ଓଡ଼ିଆ ଅସ୍ମିତାର ପରିଚୟ ଅଟେ। ସେ ଏହି ମହୋତ୍ସବ ବୁଲି ଦେଖିଲା ପରେ ଓଡ଼ିଶାର ପ୍ରତ୍ୟେକ ଜିଲ୍ଲାର ପିଠାମିଠା ଖାଦ୍ୟ ଦେଖି ସେ ବେଶ୍ ପ୍ରଭାବିତ ହୋଇଛନ୍ତି ଏବଂ ଗୋଟି, ଜାଗାରେ ଏତେ ପରିମାଣର ଓଡ଼ିଆ ଖାଦ୍ୟ ପ୍ରଦର୍ଶନ ହେବା ପଛରେ ‘ବିଶ୍ୱ ଓଡ଼ିଆ ପରିବାର’ର ଉଦ୍ୟମ ପ୍ରଶଂସନୀୟ ଅଟେ । ଅନ୍ୟତମ ଅତିଥି ଭାବରେ ଯୋଗଦେଇ ପୂର୍ବତନ ସାଂସଦ ତଥା ବିଜେପି କେନ୍ଦ୍ରୀୟ ଓଡ଼ିଆ ରାଜ୍ୟ ପ୍ରଭାରୀ ଶ୍ରୀ ବିଜୟପାଲ ସିଂ ତୋମାର କହିଛନ୍ତି ଯେ, ଖାଦ୍ୟକୁ ନେଇ ଏଭଳି ସମାହାର କରାଯାଇପାରେ ତାହା ତାଙ୍କର କଳ୍ପନା ଭିତରେ ନଥିଲା ସେ ଗୋଟିଏ ଯାଗାରେ ଆସି ଏତେ ପ୍ରକାର ଖାଦ୍ୟ ଓଡ଼ିଶା ଖାଦ୍ୟ ସଂସ୍କୃତି ଦୃଷ୍ଟିରୁ ସେ ଅନୁଭବ କରିଛନ୍ତି। ବିଶିଷ୍ଟ ଚଳଚ୍ଚିତ୍ର ଅଭିନେତା ଶ୍ରୀ ହରିହର ମହାପାତ୍ର ଓଡ଼ିଆ ଖାଦ୍ୟ ଓ ସଂସ୍କୃତିର ଉଲ୍ଲେଖନୀୟ ଭୂମିକା ଉପରେ ଆଲୋକପାତ କରିଥିଲେ। ଶ୍ରୀ ସଜ୍ଜନ ଶର୍ମା କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ। ଚଳଚ୍ଚିତ୍ର ଅଭିନେତ୍ରୀ ଶ୍ରୀମତୀ ପିଙ୍କି ପ୍ରଧାନ କହିଥିଲେ ଯେ, ଓଡ଼ିଆ ଖାଦ୍ୟ ଓ ଓଡ଼ିଆ ସଂସ୍କୃତି ସବୁଠାରୁ ସମୃଦ୍ଧି ଅଟେ ଏବଂ ଏହା ଓଡ଼ିଆର ପରିଚୟ ମଧ୍ୟ। ମେଟ୍ରୋ ଟିଭିର ଉପସଭାପତି ଉପସଭାପତି ଶ୍ରୀମତୀ ସୁସ୍ମିତା ମହାନ୍ତି କହିଲେ ଯେ, ଏହି ଉତ୍ସବ ପ୍ରମାଣିତ କରୁଛି ଯେ, ଓଡ଼ିଆ ଖାଦ୍ୟ ଓ ସଂସ୍କୃତି କେତେ ମହାନ। ଶ୍ରୀ ଜଗନ୍ନାଥଙ୍କ ଅଭଡ଼ା ବିଶ୍ୱ ପ୍ରସିଦ୍ଧ, ସେହିପରି ବିଶ୍ୱ ଓଡ଼ିଆ ପରିବାର ଓଡ଼ିଆ ଖାଦ୍ୟ ମହୋତ୍ସବ କରିଥିବାରୁ ସେ ସାଧୁବାଦ ଅର୍ପଣ କରିଥିଲେ। ପୂର୍ବତନ ସାଂସଦ ଶ୍ରୀ ଅମର ପଟ୍ଟନାୟକ, ପ୍ରସିଦ୍ଧ ଚାଟାର୍ଡ ଏକାଉଟାଂଟ ତଥା ଆଇ. ସି.ସି.ର ଓଡ଼ିଶା ମୁଖ୍ୟ ରାଜୀବ ଶେଖର ସାହୁ, ଚଳଚ୍ଚିତ୍ର ଅଭିନେତା ଶୀତମ ଦାସ, ବିଶିଷ୍ଟ ଭୟବସାୟୀ, ଶ୍ରୀ ଦୀନବନ୍ଧୁ ବେହେରା ଓ ପି. କେ.ସାମଲ, ପ୍ରଶିଦ୍ଧ ବ୍ୟଙ୍ଗ କବି ଡ଼ଃ ଗିରୀଶ ରଞ୍ଜନ, ବିଜେପି ନେତା ଶ୍ରୀ ଜଗନ୍ନାଥ ପ୍ରାଧାନ, ବିଜେପି କଟକ ଜିଲ୍ଲା ସଭାପତି ରାମନାରାୟଣ ମହାନ୍ତି, କଟକ ନଗର ସଭାପତି ସୁକାନ୍ତ ବିଶ୍ୱାଳ ଆଦି ଉଦବୋଧନ ଦେଇଥିଲେ।

ଆଜିର ଉତ୍ସବରେ ବିପୁଳ ଜନସମାଗମ ହୋଇଥିଲା। କାର୍ଯ୍ୟକ୍ରମ ଅନ୍ତିମ ପର୍ଯ୍ୟାୟରେ ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ବର୍ଣ୍ଣାଳୀ ହୋତା ଓ ତାଙ୍କ ଗୋଷ୍ଠୀ ମନମୁଗ୍ଧକର ସଂଗୀତ ପରିବେଷଣ କରିଥିଲେ। କାର୍ଯ୍ୟକ୍ରମରେ ସର୍ବଶ୍ରୀ ଭବାନୀ ପ୍ରସାଦ ମିଶ୍ର, ଭକ୍ତ ତିପ୍ରାଠୀ, ସୁଜିତ ଦାଶ, ଡ଼ ପ୍ରୀତିପ୍ରତିଭା ଭୋଳ, ରାକେଶ ପାଢୀ, ସୁରେଶ କୁମାର ସାହୁ ପ୍ରମୁଖ ବିଭିନ୍ନ କାର୍ଯ୍ୟକ୍ରମର ପରିଚାଳନାରେ ଆଜି ଅବ୍ୟବହୃତ ଖାଦ୍ୟ ଉପରେ ଏକ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏହାକୁ ଉଦ୍‌ଘାଟନ କରି ଭୁବନେଶ୍ୱର ମହାନଗର ନିଗମର କର୍ପୋରେଟର୍ ଶ୍ରୀମତୀ ଯଶୋଧାରା ପ୍ରଧାନ କହିଲେ ଯେ, ଖାଦ୍ୟ ହେଲେ ଲକ୍ଷ୍ମୀ, ଏହାର ଅପବ୍ୟବହାର କରିବା ଅପରାଧ ସଦୃଶ। ତେବେ ଏହି ମହୋତ୍ସବର ଅବ୍ୟବହୃତ ଖାଦ୍ୟର କିପରି ବ୍ୟବହାର କରାଯାଉଛିତ ତାହାର ପ୍ରତିଯୋଗିତା ମୋତେ ଅଭିଭୂତ କରିଛି। ବିଶେଷ କରି ଯେଉଁ ପରିବା ଚୋପାକୁ ଆମେ ଫିଙ୍ଗି ଦେଉଛୁ ତାହାକୁ ନେଇ ଖାଦ୍ୟ ପ୍ରସ୍ତୁତ କରିବା ଏକ ପ୍ରଶଂସନୀୟ ଉଦ୍ୟମ ଅଟେ। ସୂଚନାଯୋଗ୍ୟ ଯେ, ଏହି ଆଜିର ପ୍ରତିଯୋଗିତାରେ ଅବବ୍ୟବହୃତ ଖାଦ୍ୟ ପ୍ରସ୍ତୁତି ତଥା ଭିତରେ ଲାଉ ଚୋପାରେ କାଞ୍ଜି, ହଜ୍ନି ଚୋପାରେ ତରକାରୀ, ବୁଢ଼ା ସଜନା ଛୁଇଁରେ ପରଟା, ବଳକା ଭାତରେ ରୋଲ, ବଳକା ରୁଟିରେ ଉପମା, ପାଚିଲା କଦଳୀଚୋପା ଚଟଣୀ, ମଟର ଚୋପା ଭଜା, ବଳକା ଭାତରେ ପୋଡ଼ପିଠା, ବୁଢ଼ା ଭେଣ୍ଡିକି ନେଇ ତରକାରୀ, ଆଳୁଚୋପାରେ ତରକାରୀ ଇତ୍ୟାଦି ଅନେକ ସୁସ୍ୱାଦୁ ପ୍ରସ୍ତୁତ ହୋଇଥିଲା। ଏହି ପ୍ରତିଯୋଗିତାରେ ବିଶିଷ୍ଠ ଖାଦ୍ୟପ୍ରେମୀ ଶ୍ରୀ ଆର୍ଯ୍ୟ ପାଣିଗ୍ରାହୀ, ଡଃ ନିବେଦିତା ଆଚାର୍ଯ୍ୟ, ଶ୍ରୀ ଦେବାଶିଷ ବେହେରା ବିଚାରକ ଭାବେ ଯୋଗଦେଇଥିଲେ। ଶ୍ରୀମତୀ ସଂଗୀତା ଦାସ, କନକଲତା ଭଞ୍ଜ, ତୁଳସୀ ବିଶୋଇ କାର୍ଯ୍ୟକ୍ରମର ପରିଚାଳନା କରିଥିଲେ। ଏହାପରେ ରାଣୀରାଜା ନାମରେ ଖାଦ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ଏହାକୁ ରାଜ୍ୟ ଶିଶୁ ସୁରକ୍ଷା ଅଧିକାରର ଅଧ୍ୟକ୍ଷା ତାଙ୍କର ଉଦ୍‌ଘାଟନୀରେ କହିଲେ ଯେ, ବିଶ୍ୱ ଓଡ଼ିଆ ପରିବାର ଯେଉଁ ଅଭିନବ ଖାଦ୍ୟ ପ୍ରତିଯୋଗିତା କରୁଛି ତାହାର ନିଶ୍ଚିତ ଭାବରେ ତାହାର ଓଡ଼ିଆ ଖାଦ୍ୟ ସଂସ୍କୃତିକୁ ରୁଦ୍ଧିମନ୍ତ କରିବ। ଏହି ପ୍ରତିଯୋଗିତାରେ ୪୦ ଜଣ ମହିଳା ଘରୁ ଖାଦ୍ୟ ପ୍ରସ୍ତୁତ କରି ସୁନ୍ଦର ଭାବରେ ସଜେଇ ରଖିବା ସହିତ ତାହା ସୁସ୍ୱାଦୁକର ହୋଇଥିଲା। ଉଲ୍ଲେଖନୀୟ ଯେ, ଏଥିରେ ସମ୍ପୂର୍ଣ୍ଣଭାବରେ ୫୦ରୁ ଓଡ଼ିଆ ଖାଦ୍ୟକୁ ପ୍ରଦର୍ଶିତ କରାଯାଇଥିଲା।

ଅନୁଷ୍ଠାନର ଅଧ୍ୟକ୍ଷ ଶ୍ରୀ ସଜ୍ଜନ ଶର୍ମାଙ୍କ ପୌରହିତରେ ଅପରାହ୍ଣରେ ଓଡ଼ିଆ ଖାଦ୍ୟ ଉପରେ ଏକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ଚକ୍ର ଅନୁଷ୍ଠତ ହୋଇଥିଲା। ଓଡ଼ିଶାର ଐତିହାସିକ, ସାଂସ୍କୃତିକ ଖାଦ୍ୟ ପରମ୍ପରା ଉପରେ ବିଶିଷ୍ଠ ବକ୍ତାମାନେ ବହୁ ଉପାଦେୟ ତଥ୍ୟମାନ ପ୍ରଦାନ କରିଥିଲେ। ସେମାନେ କହିଥିଲେ ଯେ, ଏହି ଓଡ଼ିଆ ଖାଦ୍ୟ ମହୋତ୍ସବ ନିଶ୍ଚିତ ଭାବରେ ପାରମ୍ପରିକ ଖାଦ୍ୟର ପ୍ରସାର କରିବା ସହିତ ଅର୍ଥନୀତିକୁ ମଧ୍ୟ ସମୃଦ୍ଧ କରିବ। କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରି ଡଃ ହରିହର କାନୁନ୍‌ଗୋ କହିଲେ ଯେ, ଓଡ଼ିଆ ଶିକ୍ଷା ବ୍ୟବସ୍ଥାରେ ଓଡ଼ିଆ ଖାଦ୍ୟ ସଂସ୍କୃତିକୁ ସଂପୃକ୍ତ କରାଯାଏ। ଭୁବନେଶ୍ୱର ବିଶିଷ୍ଠ ହୋଟେଲ ଡାଲମାର ମୁଖ୍ୟ ଶ୍ରୀ ଦେବୁ ପଟ୍ଟନାୟକ କହିଲେ ଯେ, ଦେଶ ବିଦେଶରେ ଓଡ଼ିଆ ଖାଦ୍ୟ ବ୍ରାଣ୍ଡର ଚାହିଦା ବଢ଼ି ଚାଲିଛି। ମାତ୍ର ଏହା ୧୦%, ଏହାକୁ ୯୦ ପ୍ରତିଶତରେ ପରିଣତ କରିବାକୁ ପଡ଼ିବ। ବିଶିଷ୍ଠ ସାହିତ୍ୟିକ,ସ୍ତମ୍ଭକାର ଓ ଓଡ଼ିଆ ଗବେଷକ ଶ୍ରୀ ଅସିତ ମହାନ୍ତି କହିଛନ୍ତି ଯେ, ଓଡ଼ିଆ ଖାଦ୍ୟ ଓ ସଂସ୍କୃତି ଉପରେ ସାହିତ୍ୟ ସୃଷ୍ଟି କରିବାରେ ଅପରିହାର୍ଯ୍ୟ। ପ୍ରମେୟ, ନ୍ୟୁଜ୍‌-୭ର ବିରିଷ୍ଠ ସ୍ତମ୍ଭକାର ଡ଼ଃ ସତ୍ୟନାରାୟଣ ମହାପାତ୍ର କହିଥିଲେ ଯେ, ଖାଦ୍ୟର ପ୍ରମାଣିକରଣର ବ୍ୟବସ୍ଥାର ବ୍ୟାପକ ସୁଧାର ଆବଶ୍ୟକ ରହିଛି। ଖାଦ୍ୟ ସୁରକ୍ଷା ପ୍ରଶାସକ ଶ୍ରୀ ସତ୍ୟଜିତ୍ ପଟେଲ୍‌, ମତ ଦେଇଛନ୍ତି ଯେ, ମଞ୍ଜିଠାରୁ ଆରମ୍ଭ କରି ଖାଦ୍ୟ ପର୍ଯ୍ୟନ୍ତ ଯେଉଁ ବ୍ୟାପକ ଅପମିଶ୍ରଣର ତାହାର ଯଥାଯଥ ନିରାକରଣ ଜରୁରୀ ଆବଶ୍ୟକ। ପତଞ୍ଜଳୀ ଯୋଗପୀଠର ଓଡ଼ିଶା ମୁଖ୍ୟ ଶ୍ରୀ ସୁଧାଂଶୁ ଅଧିକାରୀ ସନାତନ ଖାଦ୍ୟ ପ୍ରସ୍ତୁତି, ସାତ୍ୱିକ ଭାରତୀୟ ତଥା ଉତ୍କଳୀୟ ଖାଦ୍ୟ ପରମ୍ପରା ଉପରେ ବହୁ ଉପାଦେୟ ତଥ୍ୟ ପ୍ରଦାନ କରିଥିଲେ। ଏହି ଖାଦ୍ୟ ଆମର ସ୍ୱାସ୍ଥ୍ୟ ତଥା ଶରୀର ଉପରେ ଉତମ ପ୍ରଭାବ ପକାଇବ। ବରିଷ୍ଠ ସାମ୍ବାଦିକ ଶ୍ରୀ ଅକ୍ଷୟ ସାହୁ ଓ ଡ଼ଃ ପଦ୍ମଲୋଚନ ଦାଶ କାର୍ଯ୍ୟକ୍ରମର ପରିଚାଳନା କରିଥିଲେ।