ଶିଖରଚଣ୍ଡୀ ପାହାଡ଼ରୁ ଦନ୍ତା ଆଉଟ୍

ଭୋଜି ପାଇଁ ପର୍ଯ୍ୟଟକଙ୍କୁ ମିଳିବ ଅନୁମତି

ଭୁବନେଶ୍ୱର, ୨୯/୧୨: ଭୁବନେଶ୍ୱର ଶିଖରଚଣ୍ଡୀ ପାହାଡରୁ ଫେରିଲେ ଦନ୍ତା ହାତୀ। ୬ ଦିନ ପରେ ଭରତପୁର ଜଙ୍ଗଲ ଫେରିଲେ ୨ ହାତୀ।

ନାଇଟ୍ ଅପରେସନରେ ହାତୀଙ୍କୁ ଘଉଡ଼ାଇଲା ବନ ବିଭାଗ। ହାତୀଙ୍କୁ ଘଉଡ଼ାଇବାକୁ ନାକେଦମ୍ ହୋଇଥିଲା ବନ ବିଭାଗ। ନାଇଟ୍ ଭିଜନ କ୍ୟାମେରାରୁ ଥିଲା ହାତୀଙ୍କ ଉପରେ ନଜର। ହାତୀ ଯିବା ପରେ ଆଜି ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଶିଖରଚଣ୍ଡୀ ପାହାଡ଼। ଭୋଜି ପାଇଁ ପର୍ଯ୍ୟଟକଙ୍କୁ ମିଳିବ ଅନୁମତି।