ଭୁବନେଶ୍ୱର, ୦୬/୦୧: ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ। ଗତକାଲି ସନ୍ଧ୍ୟା ସାଢ଼େ ୫ଟାରେ ଭାରତ ମହାସାଗର ଉପରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଏବଂ ସଂଲଗ୍ନ ପୂର୍ବ ବିଷୁବରେଖା ନିକଟରେ ସୃଷ୍ଟି ହୋଇଛି। ଘନୀଭୂତ ହୋଇ ସ୍ପଷ୍ଟ ଚିହ୍ନିତ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି। ଏ ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି।
ଆଗାମୀ ୪୮ ଘଣ୍ଟା ମଧ୍ୟରେ ପୂର୍ବ ଭାରତ ମହାସାଗର ଆଡ଼କୁ ଗତି କରିବ। ତେବେ ଓଡ଼ିଶା ଉପରେ ଲଘୁଚାପର ବିଶେଷ ପ୍ରଭାବ ପଡ଼ିବନାହିଁ। ତାମିଲନାଡ଼ୁ ଓ ପୁଡୁଚେରୀରେ ବର୍ଷା ହେବାର ସମ୍ଭାବନା ରହିଛି।
ଅନ୍ୟପଟେ ରାଜ୍ୟରେ ଜାରି ରହିଛି ଶୀତ ଲହରୀ। ପାରଦ ଆସୁଥିବା ବେଳେ ଥଣ୍ଡା ବଢ଼ିଛି। ୨ ଦିନରେ ଝାରସୁଗୁଡ଼ାରେ ୫.୮°, ବାଲେଶ୍ୱରରେ ୬°, କେନ୍ଦୁଝରରେ ୪.୮° ଓ ଚାନ୍ଦବାଲିରେ ୪°, ଭୁବନେଶ୍ୱରରେ ୩.୨° ତାପମାତ୍ରା ହ୍ରାସ ହୋଇଛି।