କଥାଶିଳ୍ପୀ ବିଜୟ ନାୟକଙ୍କ ‘ଅରଣ୍ୟ ରୋଦନ’ ଲୋକାର୍ପିତ
“କୁଦୋପାଲି କି ଗାଥା: ଦି ଅନସଙ୍ଗ ଷ୍ଟୋରୀ ଅଫ୍ ୧୮୫୭” ଅନୁବାଦ ପ୍ରକାଶିତ
ଭୁବନେଶ୍ୱର, ୧୧/୦୧: ନୂଆଦିଲ୍ଲୀଠାରେ ବିଶ୍ବ ପୁସ୍ତକ ମେଳାର ଥିମ୍ ମଣ୍ଡପଠାରେ କଥାଶିଳ୍ପୀ ବିଜୟ ନାୟକଙ୍କ ହିନ୍ଦୀ ଗଳ୍ପ ସଂକଳନ ଅରଣ୍ୟ ରୋଦନ ଲୋକାର୍ପିତ ହୋଇଯାଇଛି। ଏନ୍.ବି.ଟି. ଦ୍ବାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସ୍ପେନ୍ର ସଂସ୍କୃତି ମନ୍ତ୍ରୀ ଏର୍ଣ୍ଣେଷ୍ଟ ଉର୍ଟାସୁନ, କତାର ର ସଂସ୍କୃତି ମନ୍ତ୍ରୀ ଅବଦୁଲ ରହମାନ ବିନ ଜାଶିମ ବିନ ଅଲ ଥାନି ଯୋଗ ଦେଇ ପୁସ୍ତକ ଉନ୍ମୋଚନ କରିଥିଲେ।
ନୂଆଦିଲ୍ଲୀର ପ୍ରଲେଖ ପ୍ରକାଶନ ପକ୍ଷରୁ ପ୍ରକାଶିତ ଏହି ଗଳ୍ପ ସଙ୍କଳନରେ ୨୧ଟି ଗଳ୍ପ ସ୍ଥାନ ପାଇଛି।
ଏହି ଅବସରରେ, “କୁଦୋପାଲି କି ଗାଥା: ଦି ଅନସଙ୍ଗ ଷ୍ଟୋରୀ ଅଫ୍ ୧୮୫୭” ପୁସ୍ତକ, ଯାହା ସ୍ୱାଧୀନତା ସଂଗ୍ରାମର ଅଜଣା ଅଧ୍ୟାୟ ଏବଂ ସମ୍ବଲପୁର ଭୂମିରେ ସଂଘର୍ଷର ବର୍ଣ୍ଣନା କରେ, ବଙ୍ଗଳା, ଆସାମୀ, ପଞ୍ଜାବୀ, ମରାଠୀ, ମାଲାୟଲମ, ଉର୍ଦ୍ଦୁ ଏବଂ ଗୋଟିଏ ଅନ୍ତର୍ଜାତୀୟ ଭାଷା (ସ୍ପାନିସ୍) ସମେତ ନଅଟି ଭାରତୀୟ ଭାଷାରେ ଅନୁବାଦରେ ପ୍ରକାଶିତ ହୋଇଥିଲା। ପୁସ୍ତକଟି ପୂର୍ବରୁ ହିନ୍ଦୀ, ଇଂରାଜୀ ଏବଂ ଓଡ଼ିଆରେ ପ୍ରକାଶିତ ହୋଇସାରିଛି। ଏହା ବର୍ତ୍ତମାନ ୧୩ଟି ଭାଷାରେ ଉପଲବ୍ଧ।
ଏହି ସମାରୋହରେ ଭାରତ ସରକାରଙ୍କ ଉଚ୍ଚଶିକ୍ଷା ସଚିବ ବିନୀତ ଯୋଶୀ, ଏନ.ବି.ଟି. ଅଧ୍ଯକ୍ଷ ମିଲିନ୍ଦ ସୁଧାକର ମରାଠେ, ନିର୍ଦ୍ଦେଶକ ଯୁବରାଜ ମଲ୍ଲିକ, ଜ୍ଞାନ ଜ୍ଞାନରଞ୍ଜନ ନନ୍ଦ, ସୁରତ ମହନ୍ତ, ପ୍ରମୋଦ ସର, ରାମଚନ୍ଦ୍ର ନାଥ, ସଂଗ୍ରାମ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।