ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀ ବିରଂଚି ନାରାୟଣ ତ୍ରିପାଠୀଙ୍କ ପୂଜ୍ୟମାତା ଚନ୍ଦ୍ରମଣୀ ତ୍ରିପାଠୀଙ୍କ ବିୟୋଗ
ରାଜ୍ୟ ବିଜେପିର ଗଭୀର ଶୋକ ପ୍ରକାଶ
ଭୁବନେଶ୍ୱର, ୧୧/୦୧: ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀ ବିରଂଚି ନାରାୟଣ ତ୍ରିପାଠୀଙ୍କ ପୂଜ୍ୟ ମାତା ଶ୍ରୀମତୀ ଚନ୍ଦ୍ରମଣୀ ତ୍ରିପାଠୀଙ୍କ ଏମ୍ସ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୭୪ ବର୍ଷ ବୟସ ହୋଇଥିଲା । ସ୍ୱର୍ଗତଃ ତ୍ରିପାଠୀ ଜଣେ ସ୍ନେହୀ, ମିଷ୍ଟାଭାଷୀ, ଅମାୟିକ, ଧର୍ମପରାୟଣା ଓ ବନ୍ଧୁବତ୍ସଳ ମହିଳା ଥିଲେ । ତାଙ୍କ ବିୟୋଗରେ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ, ରାଜ୍ୟ ସାଧାରଣ ସମ୍ପାଦକ (ସଂଗଠନ) ଶ୍ରୀ ମାନସ କୁମାର ମହାନ୍ତି ଗଭୀର ଶୋକବ୍ୟକ୍ତ କରିଛନ୍ତି ।
ସ୍ୱର୍ଗତଃ ଚନ୍ଦ୍ରମଣୀ ତ୍ରିପାଠୀଙ୍କ ଅମର ଆତ୍ମାର ସଦ୍ଗତି କାମନା କରିବା ସହ ଏଭଳି ଦୁଃଖଦ ସମୟରେ ଶୋକସନ୍ତପ୍ତ ପରିବାରବର୍ଗ ଏବଂ ବନ୍ଧୁଜନଙ୍କୁ ଅସୀମ ଧୈର୍ଯ୍ୟ ପ୍ରଦାନ କରିବା ପାଇଁ ସମସ୍ତ ନେତୃବୃନ୍ଦ ଏବଂ କାର୍ଯ୍ୟକର୍ତା ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ।