ଭୂକମ୍ପରେ‌ ଥରିଲା ରାଜଧାନୀ

ଭୟରେ ଘରୁ ବାହାରି ଆସିଲେ ଲୋକେ

ନୂଆଦିଲ୍ଲୀ, ୧୯/୦୧: ସକାଳୁ ସକାଳୁ ଜାତୀୟ ରାଜଧାନୀ ଦିଲ୍ଲୀରେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି। ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ଦ୍ୱାରା ପ୍ରଦାନ କରାଯାଇଥିବା ସୂଚନା ଅନୁଯାୟୀ, ସୋମବାର ସକାଳ ୮ଟା ୪୪ରେ ଦିଲ୍ଲୀରେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଥିଲା।

ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୨.୮ ଥିଲା ବୋଲି ସୂଚନା ମିଳିଛି। ଭୂକମ୍ପର କେନ୍ଦ୍ରସ୍ଥଳ ଉତ୍ତର ଦିଲ୍ଲୀରେ ୫ କିଲୋମିଟର ଗଭୀରତାରେ ଥିଲା। ଏପର୍ଯ୍ୟନ୍ତ ଜୀବନ କିମ୍ବା ସମ୍ପତ୍ତି କ୍ଷୟକ୍ଷତିର କୌଣସି ରିପୋର୍ଟ ମିଳିନାହିଁ। କିନ୍ତୁ ଭୟରେ ଲୋକେ ଘରୁ ବାହାରକୁ ପଳାଇ ଆସିଥିଲେ।

ପୂର୍ବରୁ, ଶୁକ୍ରବାର ଏବଂ ଶନିବାର ମଧ୍ୟବର୍ତ୍ତୀ ରାତିରେ, ଗୁଜୁରାଟର କଚ୍ଛ ଜିଲ୍ଲାରେ ଭୂମିକମ୍ପ ଅନୁଭୂତ ହୋଇଥିଲା। ଏହି ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୪.୧ ରେକର୍ଡ କରାଯାଇଥିଲା।