ଯାଜପୁର, ୦୪/୦୨: ଯାଜପୁର ଜିଲ୍ଲାର ଡୁବୁରୀ ଛକରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଏକ ଟ୍ରକ୍ ଧକ୍କାରେ କଂଗ୍ରେସ ନେତା ରଣଜିତ ରାଜଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।
ଯାଜପୁର ଜିଲ୍ଲା କଂଗ୍ରେସର ଉପସଭାପତି ଦାୟିତ୍ବରେ ଥିଲେ ରଣଜିତ। ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ସୃଷ୍ଟି ହୋଇଛି। ରାସ୍ତାରୋକ କରିଛନ୍ତି ସ୍ଥାନୀୟ ଲୋକେ। ଯାହା ଫଳରେ କେନ୍ଦୁଝର, ଢେଙ୍କାନାଳ, ଚଣ୍ଡିଖୋଲ ଓ ଯାଜପୁରକୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।