କଲ୍ୟାଣସିଂହପୁର, ୨୩/୧୧: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକରେ ଥିବା ସତ୍ୟସାଈ ସେବା ସମିତି ଦ୍ୱାରା ସତ୍ୟସାଈ ମନ୍ଦିରରେ ବାବାଙ୍କ ୧୦୧ତମ ଜନ୍ମଦିବସ ଆଡମ୍ବରରେ ପାଳିନ କରାଯାଇଛି । ଏହି ଅବସରରେ ଆଜି ପ୍ରାତଃରେ ସତ୍ୟସାଈ ସେବାସମିତିର କନମିନାର ସାଙ୍ଗମ ନୀଳକଣ୍ଠଙ୍କ ତତ୍ତ୍ୱାବଧାନରେ ସେବା ସଞ୍ଜଯୋକ ଜନାର୍ଦ୍ଧନ ପଟ୍ଟନାୟକ ଦ୍ଵାରା ପ୍ରଶାନ୍ତି ପତାକା ଉତ୍ତୋଳନ କରାଯାଇଛି। ଷୋଢ଼ସ ଉପଚାର, ସତସଙ୍ଗ, ୧୦୧ ଜଣ ଦୁଃଖିଙ୍କୁ ଶୀତଳ ବସ୍ତ୍ର ବଣ୍ଟନ କରାଯାଇଛି। ସନ୍ଧ୍ୟାରେ ୧୦୧ ଦୀପ ଯଜ୍ଞ, ଭଜନ, ଝୁଲା ଉତ୍ସବ, ସତସଙ୍ଗ ସହିତ ସାଇଙ୍କ ମଙ୍ଗଳ ଆଳତି କରାଯାଇ ଉତ୍ସବ ସମାପନ କରାଯାଇଛି। ଏ ଅବସରରେ ଆଜି ଭକ୍ତ ଓଦୁଃଖୀ ନିମନ୍ତେ ପ୍ରାୟ ତିନି ହଜାର ଭକ୍ତଙ୍କୁ ଅନ୍ନ ପ୍ରସାଦ ବଣ୍ଟନ କରିଥିଲେ। ଏହାକୁ ସାଇ ସଂଘର ସମସ୍ତ କର୍ମକର୍ତ୍ତା ସମେତ ନିମନ୍ତ୍ରଣ ଅତିଥି ପ୍ରମୁଖ ଉପସ୍ଥିତ ରହି ସମ୍ପୂର୍ଣ୍ଣ ସହଯୋଗ କରିଥିଲେ।