ଶ୍ରୀ ସତ୍ୟସାଇ ବାବାଙ୍କ ଦିବ୍ୟ ୧୦୧ ତମ ଜନ୍ମ ମହୋତ୍ସବ ପାଳନ
ଶ୍ରୀ ସତ୍ୟସାଇ ବାଳବିକାଶ କଳିକାମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ
ଭୁବନେଶ୍ୱର, ୨୩/୧୧: ଦିବ୍ୟ ପୁରୁଷ ଶ୍ରୀ ସତ୍ୟସାଇ ବାବାଙ୍କ ୧୦୧ତମ ଜନ୍ମ ମହୋତ୍ସବ ସ୍ଥାନୀୟ ରସୁଲଗଡ ଭଜନ ମଣ୍ଡଳୀ ଆନୁକୂଲ୍ୟରେ ମହାଆଡମ୍ବରରେ ପାଳନ ହୋଇଯାଇଛି । ପ୍ରାତଃ କାର୍ଯ୍ୟକ୍ରମରେ ବୃଦ୍ଧାଶ୍ରମ ଏବଂ ମେଡିକାଲରେ ସେବା କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା ଓ ସନ୍ଧ୍ୟାରେ ସ୍ଥାନୀୟ ବ୍ରହ୍ମେଶ୍ୱର ଶିବ ମନ୍ଦିର ପ୍ରାଙ୍ଗଣରେ ଶ୍ରୀ ସତ୍ୟସାଇ ବାଳବିକାଶ କଳିକାମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ମାନବ ସେବା ହିଁ ମାଧବ ସେବା ଏହି ଉକ୍ତିକୁ ପାଥେୟ କରି ନାଟକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଆନନ୍ଦରେ ପାଳନ କରାଯାଇଥିଲା।