ବିଶିଷ୍ଟ ରେଳ ସେବା ପୁରସ୍କାର ୨୦୨୫

କଠିନ ପରିଶ୍ରମ, ଉତ୍ସର୍ଗୀକୃତ ସେବା ଓ କାର୍ଯ୍ୟ ଦକ୍ଷତା ପାଇଁ ଉଲ୍ଲେଖନୀୟ ରେଳ କର୍ମଚାରୀ ପୁରସ୍କୃତ

ଭୁବନେଶ୍ୱର, ୦୪/୦୨: ପୂର୍ବତଟ ରେଳପଥ ପକ୍ଷରୁ ଆଜି ଭୁବନେଶ୍ୱରର ରେଳ ଅଡିଟୋରିୟମ ଠାରେ ବିଶିଷ୍ଟ ରେଳ ସେବା ପୁରସ୍କର _୨୦୨୫ ମହୋତ୍ସବ ପାଳନ କରି ଏହାର କର୍ମଚାରୀଙ୍କ ଅତୁଳନୀୟ ସେବା ତଥା ଉତ୍ସର୍ଗୀକୃତତାକୁ ସମ୍ମାନିତ କରିଛି | ଏହି କାର୍ଯ୍ୟକ୍ରମରେ ମୋଟ 49 ଜଣ ରେଳ କର୍ମଚାରୀଙ୍କୁ ସେମାନଙ୍କ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ପୁରସ୍କୃତ କରାଯାଇ ସ୍ୱୀକୃତି ଦିଆଯିବା ସହିତ ବିଭିନ୍ନ ରେଳ ମଣ୍ଡଳ ଏବଂ ରେଳ ୟୁନିଟ ଗୁଡିକର କାର୍ଯ୍ୟ ଦକ୍ଷତା ପାଇଁ ବିଭିନ୍ନ ଦକ୍ଷତା ସିଲ୍ଡ ପ୍ରଦାନ କରାଯାଇଅଛି |

ବିଶିଷ୍ଟ ରେଳ ସେବା ପୁରସ୍କାର ୨୦୨୫ ସମାରୋହର ମୁଖ୍ୟ ଆକର୍ଷଣ:

• ୪୯ ଜଣ ରେଳ କର୍ମଚାରୀଙ୍କୁ ସମ୍ମାନିତ: ଦୃଷ୍ଟାନ୍ତମୂଳକ ସେବା, ସାଧୁତା ଏବଂ ବୃତ୍ତିଗତ ଉତ୍କର୍ଷତା ପାଇଁ, ପୂର୍ବ ତଟ ରେଳପଥର ବିଭିନ୍ନ ବିଭାଗ ଏବଂ ମଣ୍ଡଳର ୪୯ ଜଣ ରେଳ କର୍ମଚାରୀଙ୍କୁ ସମ୍ମାନଜନକ ବିଶିଷ୍ଟ ରେଳ ସେବା ପୁରସ୍କାର-2025 ପ୍ରଦାନ କରାଯାଇଅଛି | ଏହି ପୁରସ୍କାର ବିଜେତାମାନଙ୍କ ମଧ୍ୟରେ ପରିଚାଳନା, ଇଞ୍ଜିନିୟରିଂ, ଯାନ୍ତ୍ରିକ, ବୈଦ୍ୟୁତିକ, ସିଗନାଲ ଏବଂ ଟେଲିକମ୍ୟୁନିକେସନ୍, ବାଣିଜ୍ୟିକ, ସୁରକ୍ଷା ଏବଂ ଅନ୍ୟାନ୍ୟ ଆଗଧାଡ଼ିର ବିଭାଗର ଅଧିକାରୀ ଏବଂ କର୍ମଚାରୀମାନେ ସାମିଲ ଅଛନ୍ତି, ଯେଉଁମାନେ ଉତ୍କୃଷ୍ଟ କର୍ତ୍ତବ୍ୟ ସମ୍ପାଦନ, ନବସୃଜନ, ନେତୃତ୍ୱ, ସୁରକ୍ଷା ପଦକ୍ଷେପ ଏବଂ ସାଂଗଠନିକ ଦକ୍ଷତାରେ ନିରନ୍ତର ଯୋଗଦାନ ମାଧ୍ୟମରେ ନିଜକୁ ପ୍ରତିଷ୍ଠିତ କରିଛନ୍ତି। ପୂର୍ବ ତଟ ରେଳପଥର ମହାପ୍ରବନ୍ଧକ ଶ୍ରୀ ପରମେଶ୍ୱର ଫୁଙ୍କୱାଲ, ସେମାନଙ୍କର ପ୍ରତିବଦ୍ଧତା, କର୍ତ୍ତବ୍ୟ ପ୍ରତି ସମର୍ପଣ ଏବଂ ସାଂଗଠନିକ ଉଦ୍ଦେଶ୍ୟ ହାସଲ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ସ୍ୱୀକାର କରି ଏହି ପୁରସ୍କାର ପ୍ରଦାନ କରାଯାଇଅଛି |

• ୱାଲଟେୟାର ଏବଂ ସମ୍ବଲପୁର ମଣ୍ଡଳକୁ ମିଳିତ ଭାବରେ ସାମଗ୍ରିକ ଦକ୍ଷତା ସିଲ୍ଡ ପୁରସ୍କାର: ଏକ ମହତ୍ୱପୂର୍ଣ୍ଣ ସଫଳତାରେ, ୱାଲଟେୟାର ଏବଂ ସମ୍ବଲପୁର ଡିଭିଜନକୁ ଉଚ୍ଚମାନର କାର୍ଯ୍ୟ, ସୁରକ୍ଷା ଏବଂ ସେବା ବଜାୟ ରଖିବାରେ ସେମାନଙ୍କର ଉଦାହରଣୀୟ ଆଦର୍ଶ ପ୍ରଦର୍ଶନକୁ ସ୍ୱୀକୃତି ଦିଆଯାଇ ମିଳିତ ଭାବରେ ସାମଗ୍ରିକ ଦକ୍ଷତା ସିଲ୍ଡ ଦ୍ୱାରା ସମ୍ମାନିତ କରାଯାଇଅଛି |

• ଶ୍ରେଷ୍ଠ କ୍ଲିନ୍ (ସଫାଈ) ଷ୍ଟେସନ୍ ସିଲ୍ଡସ୍: ସମ୍ବଲପୁର ରୋଡ୍ ରେଳ ମଣ୍ଡଳ ଅଧୀନରେ ଥିବା ସମ୍ବଲପୁର ଷ୍ଟେସନ୍ ଏବଂ ବରପାଲି ଷ୍ଟେସନକୁ ସେମାନଙ୍କର ଉଲ୍ଲେଖନୀୟ ପରିଷ୍କାର ପରିଚ୍ଛନ୍ନତା ପାଇଁ ମାନ୍ୟତା ଦିଆଯାଇଛି | ସମ୍ବଲପୁର ଷ୍ଟେସନକୁ ବଡ଼ ଷ୍ଟେସନ୍ ସ୍ୱଚ୍ଛତା ସିଲ୍ଡ ଏବଂ ବରପାଲି ଷ୍ଟେସନକୁ ଛୋଟ ଷ୍ଟେସନ ସ୍ୱଚ୍ଛତା ସିଲ୍ଡ ପ୍ରଦାନ କରାଯାଇ ସମ୍ମାନିତ କରାଯାଇଅଛି |

ଏହି ଉତ୍ସବରେ ରେଳବାଇ କର୍ମଚାରୀ ମାନଙ୍କୁ ଉଦବୋଧନ ଦେଇ ପୂର୍ବତଟ ରେଳପଥର ମହାପ୍ରବନ୍ଧକ ଶ୍ରୀ ପରମେଶ୍ୱର ଫୁଙ୍କୱାଲ ରେଳ କର୍ମଚାରୀଙ୍କୁ ସେମାନଙ୍କର ଅତୁଳନୀୟ ପ୍ରତିବଦ୍ଧତା ଏବଂ ସେମାନଙ୍କ ଦାୟିତ୍ୱ ପୂରଣ କରିବାରେ ଅତୁଳନୀୟ ଉଦ୍ୟମ ପାଇଁ ଅଭିନନ୍ଦନ ଜଣାଇଛନ୍ତି | ଦଳଗତ କାର୍ଯ୍ୟର ଗୁରୁତ୍ୱ ଉପରେ ଶ୍ରୀ ଫୁଙ୍କୱାଲ ଗୁରୁତ୍ୱାରୋପ କରିଥିଲେ ଏବଂ କାର୍ଯ୍ୟକ୍ଷମତା ହାସଲ କରିବାରେ ନିରନ୍ତର ଉତ୍ସର୍ଗୀକୃତ ରହିବାକୁ କର୍ମଚାରୀ ମାନଙ୍କୁ ଉପଦେଶ ଦେଇଥିଲେ |

ବିଶିଷ୍ଟ ରେଳ ସେବା ପୁରସ୍କାର ୨୦୨୫ ସମାରୋହରେ ଅନ୍ୟ ମାନଙ୍କ ମଧ୍ୟରେ ପୂର୍ବତଟ ରେଳପଥ ମହିଳା କଲ୍ୟାଣ ସଂଗଠନ (ଇକୋରୋ) ର ସଭାପତି ଶ୍ରୀମତୀ କବିତା ଫୁଙ୍କୱାଲ, ଅତିରିକ୍ତ ମହାପ୍ରବନ୍ଧକ ଶ୍ରୀ ବି.ଏସ.କେ. ରାଜକୁମାର, ସମସ୍ତ ବିଭାଗୀୟ ପ୍ରମୁଖ ଓ ବରିଷ୍ଠ ଅଧିକାରୀ ଓ ସମସ୍ତ ରେଳ ମଣ୍ଡଳର ମଣ୍ଡଳ ରେଳବାଇ ପ୍ରବନ୍ଧକ ମାନେ ଯୋଗ ଦେଇଥିଲେ | ରେଳପଥର ବରିଷ୍ଠ ଉପ ମହାପ୍ରବନ୍ଧକ ତଥା ମୁଖ୍ୟ ସତର୍କତା ଅଧିକାରୀ ଶ୍ରୀ ଏ. କେ. ଚତୁର୍ବେଦୀ ଅତିଥିମାନଙ୍କୁ ସ୍ୱାଗତ କରିବା ସହ ପୁରସ୍କାରର ମହତ୍ତ୍ୱ ଉପରେ ଆଲୋକପାତ କରିଥିଲେ।

ବିଶିଷ୍ଟ ରେଳ ସେବା ପୁରସ୍କର -୨୦୨୫ ସମାରୋହରେ ପୂର୍ବତଟ ରେଳପଥର ଲୁକ୍କାୟିତ ପ୍ରତିଭା ମାନଙ୍କର କଠିନ ପରିଶ୍ରମ ଓ ଉତ୍ସର୍ଗୀକୃତତାର ଆନ୍ତରିକ ସ୍ୱୀକୃତି ଏବଂ ରେଳ ବ୍ୟବସ୍ଥାର ସୁଗମ ତଥା ଦକ୍ଷ କାର୍ଯ୍ୟକୁ ସୁନିଶ୍ଚିତ କରିବାରେ ସେମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ଦର୍ଶାଇଥିଲା |