ବଳିଷ୍ଠ ଓ ନିରୋଗ ଶରୀର ଯୁବବର୍ଗଙ୍କ ପ୍ରଥମ ପସନ୍ଦ ହେଉ: ଡଃ ତିରୁପତି ପାଣିଗ୍ରାହୀ
ବଡି ବିଲଡିଂ ପ୍ରତିଯୋଗୀତା ଟ୍ରାନ୍ସଫର୍ମିୟମ୍ କ୍ଲାସିକ୍ ଅନୁଷ୍ଠିତ
ଭୁବନେଶ୍ୱର, ୧୦/୦୨: ଉତ୍କଳ ମଣ୍ଡପ ଠାରେ ବଡି ବିଲଡିଂ ପ୍ରତିଯୋଗୀତା ଟ୍ରାନ୍ସଫର୍ମିୟମ୍ କ୍ଲାସିକ୍ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ସର୍ବଦା କ୍ରୀଡା ଓ ଯୁବ ପ୍ରତିଭାଙ୍କୁ ପ୍ରେରଣା ଦେଇ ଆସୁଥିବା ହାଇଟେକ୍ ଗ୍ରୁପ୍ର ପ୍ରତିଷ୍ଠାତା ଅଧ୍ୟକ୍ଷ ଡଃ ତିରୁପତି ପାଣିଗ୍ରାହୀ ଯୋଗଦାନ କରି ଉପସ୍ଥିତ ଖେଳାଳୀ ବା ଯୁବ ପ୍ରତିଭାମାନଙ୍କୁ ଉତ୍ସାହିତ କରିବା ସହ ଓଡିଶାର ଯୁବପିଢି କ୍ରୀଡା କ୍ଷେତ୍ରରେ ନିଜକୁ ପ୍ରତିଷ୍ଠିତ କରିବା ପାଇଁ ଏହା ଏକ ସୁନ୍ଦର ମାଧ୍ୟମ ବୋଲି କହିଛନ୍ତି। ଦୁଇ ଦିନ ଧରି ଆୟୋଜିତ ଏହି ମେଗା ଇଭେଣ୍ଟରେ ରାଜ୍ୟ ତଥା ରାଜ୍ୟ ବାହାରୁ ଅନେକ ପ୍ରତିଭାବାନ ଖେଳାଳୀ ଅଂଶ ଗ୍ରହଣ କରି ନିଜର ଶାରୀରିକ ସୌଷ୍ଠବ ପ୍ରଦର୍ଶନ କରିଥିଲେ । ଏହି ପ୍ରତିଯୋଗୀତାରେ ବିଜେତାମାନଙ୍କୁ ୭ଲକ୍ଷ ୨୫ ହଜାର ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯାଇଥିବା ବେଳେ କାର୍ଯ୍ୟକ୍ରମରେ ବହୁ ବଡି ବିଲଡିଂ ତାରକା ମାନେ ଉପସ୍ଥିତ ଥିଲେ । ଆଗାମୀ ଦିନରେ ଯୁବବର୍ଗ ମାନେ ବଳିଷ୍ଠ, ଉତ୍ତମ ଓ ନିରୋଗ ସ୍ୱାସ୍ଥ୍ୟ ପ୍ରତି ସଚେତନ ହେଲେ ସମାଜ ପାଇଁ ଏକ ହିତକର ବାର୍ତ୍ତା ହେବ ।