ମଞ୍ଚେଶ୍ୱର ଅଞ୍ଚଳରୁ ଜବରଦଖଲ ଉଚ୍ଛେଦ

ମାଟିରେ ମିଶିଲା ଏକାଧିକ ଘର

ଭୁବନେଶ୍ୱର, ୧୦/୦୨: ମଞ୍ଚେଶ୍ଵର ଥାନା ଅଞ୍ଚଳର ପ୍ଲଟ ନମ୍ବର ୨୪୩୦ରେ ଥିବା ୮୦୦ ଡିସିମିଲି ସର୍ବସାଧାରଣ ଜାଗାରୁ ଆଜି ୨ଶହ ଡିସିମିଲି ଜାଗା ଯାହାକି ଜବରଦଖଲ ଥିଲା ତାହାକୁ ଆଜି ଜବରଦଖଲମୁକ୍ତ କରାଯାଇଛି।

ସାଧାରଣ ପ୍ରଶାସନ ବିଭାଗର ଉପ ନିର୍ଦ୍ଦେଶକ(ସର୍ଭେ ଓ ପ୍ରବର୍ତ୍ତନ)ଙ୍କ ପତ୍ର ସଂଖ୍ୟା ୪୩୬୯୩ ଆଧାରରେ BDA

ଏନଫୋର୍ସମେଣ୍ଟ ଦଳ ଉଚ୍ଛେଦ କରିଥିଲେ I ଉକ୍ତ ଉଚ୍ଛେଦରେ ୬ଟି ଆଜବେଷ୍ଟସ ଦୋକାନ ଘର, ୭ଟି ଆଜବେଷ୍ଟସ ଘର, ଦୁଇଟି ଟିଣ ଛପର ଗ୍ୟାରେଜ୍‌, ୨ଟି କୋଠା ଘର, ଗୋଟିଏ ଲୁହା ଗେଟ୍ ସହ ପ୍ରାୟ ୨୦୦ ଫୁଟ୍‌ର ଲମ୍ବ ପାଚେରି ଭଙ୍ଗା ହୋଇଛି। ବିଡିଏର ସ୍ଵତନ୍ତ୍ର ଅଧିକାରୀ(ପ୍ରବର୍ତ୍ତନ) ଦେବରାଜ ସେଠୀଙ୍କ ନେତୃତ୍ୱରେ ବିଡିଏ ଲିଆସନ ଅଫିସର ଶୁଭ୍ରାଂଶୁ ଶେଖର ମହାନ୍ତି, ମଞ୍ଚେଶ୍ଵର ଥାନା ଏଏସ୍ଆଇ ସ୍ନେହାଶିଷ ଚାନ୍ଦ, ଏନଫୋର୍ସମେଣ୍ଟ ସ୍କ୍ଵାଡ୍‌ ୧, ୨, ୩ ଓ ୫ ସାମିଲ ହୋଇଥିଲେ। ଆଇନ ଶୃଙ୍ଖଳା ନିମନ୍ତେ ଉଚ୍ଛେଦ ସମୟରେ 2 section ପୁଲିସ ମୁତୟନ ହୋଇଥିଲେ I ଉକ୍ତ ଉଚ୍ଛେଦ ମଧ୍ୟରେ ଗୋଟିଏ ଜେସିବି ୪ ଘଣ୍ଟା ଧରି ଉଚ୍ଛେଦ କାମରେ ନିୟୋଜିତ ହୋଇଥିଲା।