ରାଜଧାନୀ ମହାବିଦ୍ୟାଳୟରେ ରାଜଧାନୀ ଫେଷ୍ଟ-୨୦୨୬ ମହା ଆଡମ୍ବରରେ ପାଳିତ
‘ସମୃଦ୍ଧ ଓଡ଼ିଶା’ ଏବଂ ‘ବିକଶିତ ଭାରତ’ ସ୍ୱପ୍ନକୁ ସାକାର କରିବା ପାଇଁ ପ୍ରତ୍ୟେକ ସୁନାଗରିକର ଭୂମିକା ଗୁରୁତ୍ୱପୂର୍ଣ୍ଣ
ଭୁବନେଶ୍ୱର, ୧୦/୦୨: ରାଜଧାନୀ ମହାବିଦ୍ୟାଳୟ ରେ ରାଜଧାନୀ ଷ୍ଟୁଡେଣ୍ଟ୍ ୟୁନିଟ୍ ପକ୍ଷରୁ ରାଜଧାନୀ ଫେଷ୍ଟ ୨୦୨୬ ଉତ୍ସବ ମହା ଆଡମ୍ବରରେ ପାଳିତ ହୋଇଛି । ୨୦୩୬ ସୁଦ୍ଧା ‘ସମୃଦ୍ଧ ଓଡ଼ିଶା’ ଏବଂ ୨୦୪୭ ସୁଦ୍ଧା ‘ବିକଶିତ ଭାରତ’ ସ୍ୱପ୍ନକୁ ସାକାର କରିବା ଦିଗରେ ଜଣେ ଜଣେ ସୁନାଗରିକ ହେବା ପାଇଁ ଅତିଥି ମାନଙ୍କ ଠାରୁ ଛାତ୍ର ଛାତ୍ରୀ ପ୍ରେରଣା ନେଇଥିଲେ।ନବଭାରତ ଗଠନରେ ସମସ୍ତ ବିଦ୍ୟାର୍ଥୀଙ୍କ ମହତ୍ତ୍ୱପୂର୍ଣ୍ଣ ଭୂମିକା ରହିଛି। ଏଣୁ ସେମାନେ ଏକନିଷ୍ଠ ହୋଇ ପାଠ ପଢ଼ିବା ସହ ସମାଜ କଲ୍ୟାଣ ପାଇଁ କାମ କରିବାକୁ ଆଗ୍ରହ ପ୍ରକାଶ କରିବା ଉଚିତ୍। ରାଜଧାନୀ ମହାବିଦ୍ୟାଳୟକୁ ଆହୁରି ସର୍ବବ୍ୟାପୀ କରିବା ପାଇଁ ଏହି ଅନୁଷ୍ଠାନର ବିଶେଷ ଯୋଗଦାନ ସହ ସମସ୍ତଙ୍କ ମିଳିତ ପ୍ରୟାସର ଆବଶ୍ୟକତା ରହିଛି। ମୋର ବିଶ୍ବାସ ଆପଣ ସମସ୍ତଙ୍କ ସହଯୋଗରେ ଓଡ଼ିଶାର ଆଗାମୀ ଦିନର ଭବିଷ୍ୟତ ନିଶ୍ଚୟ ଉନ୍ନତ ହେବ ଏବଂ ଆମ ଛାତ୍ରଛାତ୍ରୀଙ୍କ ପ୍ରତ୍ଯେକ୍ଷ ଯୋଗଦାନରେ ‘ବିକଶିତ ଓଡ଼ିଶା’ ନିର୍ମାଣ ହେବ ବୋଲି ମହାବିଦ୍ୟାଳୟ ଛାତ୍ର ସଂସଦ ର ପୂର୍ବତନ ସଭାପତି ତଥା ରାଜଧାନୀ କଲେଜ ଆଲୁମିନି ଆସୋସିଏସନର ସମ୍ପାଦକ ରଜତ କୁମାର ପରିଡ଼ା କହିଥିଲେ। ଦିନ ତମାମ ଚାଲିଥିବା ଏହି ଉତ୍ସବରେ କଲେଜର ଛାତ୍ର ଛାତ୍ରୀ ମାନଙ୍କ ସହ ଓଡ଼ିଆ ସିନେମା ଜଗତର କଳାକାର ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।ଏହି ଅବସରରେ ମାନ୍ୟବର ମନ୍ତ୍ରୀ ପୃଥିବ ରାଜ ହରିଚନ୍ଦନ,ଏକାମ୍ର ବିଧାୟକ ବାବୁ ସିଂ, ଦିଗପହଣ୍ଡି ବିଧାୟକ ତଥା ବିଶିଷ୍ଟ ଅଭିନେତା ସିଦ୍ଧାନ୍ତ ମହାପାତ୍ର, କୋରେଇ ବିଧାୟକ ତଥା ଅଭିନେତା ଆକାଶ ଦାସ ନାୟକ,ମହାବିଦ୍ୟାଳୟର ଅଧ୍ୟକ୍ଷ ସରୋଜ କାନ୍ତ ଚୌଧୁରୀ, କର୍ପୋରେଟର ରାମ ରଣସିଂହ, ସମାଜସେବୀ ତିରୁପତି ପାଣିଗ୍ରାହୀ, ଯୁବ ଉଦ୍ୟୋଗୀ ନିତିଶ ନନ୍ଦ,ଅଧ୍ୟାପିକା ଅପରାଜିତା ମହାପାତ୍ର,ସଂଘମିତ୍ରା ଜେନା ,ବନ୍ଦିତା ରଥ, ପ୍ରିୟଦର୍ଶିନୀ ରାଉତରାୟ,, ଧରିତ୍ରୀ ରଥ, ମମତା ବାରିକ, ଗୀତାରାଣୀ ନାଏକ, ଅଧ୍ୟାପକ ଅଜୟ ସ୍ବାଇଁ,ପ୍ରଶାନ୍ତ ମହାରଣା, ଚିତ୍ତ ମହାପାତ୍ର ଅତିଥି ସମେତ ଅନ୍ୟାନ୍ୟ ବିଶିଷ୍ଟ ଅତିଥି ଗଣ ଉପସ୍ଥିତ ଥିଲେ।