ବସରୁ ଓହ୍ଲାଇ ଛାତ୍ରୀ ନିଖୋଜ ଘଟଣା

ଘରକୁ ଫେରିଲେ ଛାତ୍ରୀ

ଦଶପଲ୍ଲା, ୧୧/୦୨: ବିଦ୍ୟାଳୟ ଛୁଟି ପରେ ଓଏସଆରଟିସି(ଲକ୍ଷ୍ମୀ ବସ) ରେ ଆସି ରଙ୍ଗମାଟିଆ ଛକରେ ଓହ୍ଲାଇ ଘରକୁ ନଯାଇ ନିଜ ସମର୍କୀୟଙ୍କ ସାଥିରେ ଯାଇଥିବା ଛାତ୍ରୀ ଜଣଙ୍କ ଘର ବାହୁଡ଼ା କରିଥିବାର ଖବର ମିଳିଛି | ସୁଚନା ଯୋଗ୍ଯ ଯେ, ଛାତ୍ରୀ ଜଣକ ପ୍ରତିଦିନ ଭଳି ସୋମବାର ଦିନ ତୁମାଣ୍ଡି ହାଇସ୍କୁଲ ଛୁଟି ପରେ ବସରେ ଚଢ଼ି ରଙ୍ଗମାଟିଆ ଛକରେ ଓହ୍ଲାଇଥିବା ବସ୍ ଡ୍ରାଇଭର ଓ କଣ୍ଡକ୍ଟର କହିଥିଲେ | ଛାତ୍ରୀ ଜଣକ ସେଠାରୁ କେଉଁଆଡ଼େ ଚାଲିଯାଇଥିବା ନେଇ ଚର୍ଚ୍ଚା ଜୋର୍ ଧରିଥିଲା । ଆଜି ଚର୍ଚ୍ଚାର ପୂର୍ଣ୍ଣଛେଦ ପଡିଛି |