କିରାଣିଙ୍କ ଘରେ ଭିଜିଲାନ୍ସ ଚଢାଉ

ଅଢେ଼ଇ କୋଟିର ସରକାରୀ ଟଙ୍କା ଖାଇଗଲେ

ଅନୁଗୁଳ, ୧୧/୦୨: ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କିରାଣି ସୁବ୍ରତ ବେହେରାଙ୍କ ଘରେ ଭିଜିଲାନ୍ସ ଚଢାଉ‌। ସରକାରୀ ପାଣ୍ଠିର ଅପବ୍ୟବହାର ଅଭିଯୋଗରେ ଏହି ଚଢ଼ାଉ କରିଛି ଭିଜିଲାନ୍ସ।

ସୁସୁଡ଼ା ବାସଭବନ ସମେତ ଏକାଧିକ ସ୍ଥାନରେ ଭିଜିଲାନ୍ସ ଟିମ୍‌ର ଚଢାଉ ଜାରି ରହିଛି। ଢେଙ୍କାନାଳ ବାଉଁଶପୋଖରୀ ପୈତୃକ ଘର ଓ ବଅଁରପାଳ ଶ୍ଵଶୁର ଘରେ ରେଡ୍ ଚାଲିଛି। ଅନୁଗୁଳରେ ଥିବା କାର୍ଯ୍ୟାଳୟ ଓ ଭୁବନେଶ୍ୱରର ଶ୍ରୀ ବିହାରରେ ମଧ୍ୟ ଚଢ଼ାଉ ଜାରି ରହିଛି।

ଟଙ୍କା ହେରଫେର୍ ମାମଲାରେ ସାଢେ ୩ ମାସ ନିଖୋଜ ହେବା ପରେ ଗିରଫ ହୋଇଥିଲେ ସୁବ୍ରତ। ନିଜ ଦରମା ବୃଦ୍ଧି ସହ ପ୍ରାୟ ଅଢ଼େଇ କୋଟି ଟଙ୍କା ଜାଲିଆତି କରିଥିବା ଅଭିଯୋଗ ରହିଛି।

୫ ଜଣ ଡିଏସ୍ପି, ୮ ଜଣ ଇନ୍ସପେକ୍ଟର, ୧୪ ଜଣ ଏଏସ୍ଆଇ ଏବଂ ଅନ୍ୟାନ୍ୟ ସହାୟକ କର୍ମଚାରୀ ଏହି ଚଢାଉ କରୁଛନ୍ତି।