ସୋଆ ଆଇବିସିଏସ୍ ପକ୍ଷରୁ ମ୍ୟାନେଜମେଂଟ ଡେଭଲପ୍ମେଂଟ ପ୍ରୋଗ୍ରାମ ଆୟୋଜିତ
“ମ୍ୟାନେଜିଂ ଏଆଇ ଡ୍ରିଭନ୍ ମାର୍କେଟ: ଆନ୍ ଇଣ୍ଡଷ୍ଟ୍ରି ୫.୦ ପର୍ସପେକ୍ଟିଭ୍” ଶୀର୍ଷକ କାର୍ଯ୍ୟକ୍ରମ
ଭୁବନେଶ୍ୱର, ୧୩/୦୨: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ବିଜିନେସ୍ ଆଣ୍ଡ କମ୍ପ୍ୟୁଟର ଷ୍ଟଡିଜ୍ (ଆଇବିସିଏସ୍) ପକ୍ଷରୁ ଏକ ମ୍ୟାନେଜେମେଂଟ ଡେଭଲପ୍ମେଂଟ ପ୍ରୋଗ୍ରାମ୍ ଗତ ଶୁକ୍ରବାର ଆୟୋଜିତ ହୋଇଯାଇଛି ।
“ମ୍ୟାନେଜିଂ ଏଆଇ ଡ୍ରିଭନ୍ ମାର୍କେଟ: ଆନ୍ ଇଣ୍ଡଷ୍ଟ୍ରି ୫.୦ ପର୍ସପେକ୍ଟିଭ୍” ଶୀର୍ଷକ ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଉଦ୍ୟୋଗୀ, ବ୍ୟବସାୟୀ, କର୍ପୋରେଟ ଜଗତର ବ୍ୟକ୍ତବିଶେଷ, ଶିକ୍ଷାବିତ୍ ଏବଂ ଛାତ୍ରଛାତ୍ରୀମାନେ ଯୋଗ ଦେଇ ମାର୍କେଟ ଏବଂ ବ୍ୟବସାୟ ଭିତିକ ନିଷ୍ପତି କ୍ଷେତ୍ରରେ କୃତ୍ରିମ ବୁଦ୍ଧିମତାର ବଢ଼ିଚାଲିଥିବା ଭୂମିକା ସମ୍ପର୍କରେ ଜ୍ଞାନ ଆହରଣ କରିଥିଲେ ।
କାର୍ଯ୍ୟକ୍ରମରେ ଏମ୍ଡିପିର ଆବାହକ ତଥା ସୋଆର ଛାତ୍ର ମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଆଇବିସିଏସ୍ର ଡିନ୍ ପ୍ରଫେସର ଅୟସକାନ୍ତ ମହାନ୍ତି, ଉପକୁଳପତି ପ୍ରଫେସର ଅନୁପ କୁମାର ସାମନ୍ତରାୟ ଏବଂ ଆସୋସିଏଟ ଡିନ୍ ପ୍ରଫେସର ମନୋରଞ୍ଜନ ଦାସ ବକ୍ତବ୍ୟ ରଖିଥିଲେ ।
ଏହି ଅବସରରେ ଆୟୋଜିତ ବୈଷୟିକ ପର୍ଯ୍ୟାୟକୁ ଏଆଇ ଟ୍ରେନର ସିଏ ଏସ୍କେ. ଅବୁ ସକିବ୍ ପରିଚାଳନା କରିଥିଲେ । ସେହିପରି ଆଇଟି ପ୍ଲସ ପଏଂଟ ସଲ୍ୟୁସନ୍ସ ପ୍ରାଇଭେଟ ଲିମିଟେଡ୍ର ଏମ୍ଡି ଶ୍ରୀ ପ୍ରଭାତ ସାହୁ ଏବଂ ଟିସିଏସ୍ ରିସର୍ଚ୍ଚର ପ୍ରମୁଖ ବୈଜ୍ଞାନିକ ଓ ଇଞ୍ଜିନିୟର ଡକ୍ଟର ହେମନ୍ତ ରଥ ଯୋଗ ଦେଇ କୃତ୍ରିମ ବୁଦ୍ଧିମତା କିଭଳି ବ୍ୟବସାୟ ଏବଂ ଉଦ୍ୟୋଗୀକରଣରେ ବ୍ୟବହାର କରାଯାଉଛି ସେ ନେଇ ବକ୍ତବ୍ୟ ରଖିଥିଲେ ।
ସେହିପରି ଉଦ୍ଯାପନୀ କାର୍ଯ୍ୟକ୍ରମରେ ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଯୋଗ ଦେଇ ବକ୍ତବ୍ୟ ରଖିବା ସହ ପ୍ରତିଯୋଗୀମାନଙ୍କୁ ମାନପତ୍ର ପ୍ରଦାନ କରିଥିଲେ ।
କାର୍ଯ୍ୟକ୍ରମରେ ଏମ୍ଡିପିର ସଂଯୋଜିକା ଡକ୍ଟର ଅଳକା ସାମନ୍ତରାୟ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଡକ୍ଟର ରୀତା ପୃଷ୍ଟି ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମରେ ତୃପ୍ତି କିୟା, ଭୁବନେଶ୍ୱରର ନିର୍ଦ୍ଦେଶକ ଶ୍ରୀ ରୁଦ୍ର ନାରାୟଣ ସାମନ୍ତରାୟ ଯୋଗ ଦେଇ ବକ୍ତବ୍ୟ ରଖିଥିଲେ ।
କାର୍ଯ୍ୟକ୍ରମରେ ୩୦ଟି ଜିଲ୍ଲାରୁ ୫୪ ଜଣ ପ୍ରତିଯୋଗୀ ଭାଗ ନେଇଥିଲେ ।