ଭୁବନେଶ୍ୱର, ୨୪/୦୨: ଭୁବନେଶ୍ଵର ସ୍ଥିତ କ୍ରିଷ୍ଟାଲ କ୍ରାଉନ ସମ୍ମିଳନୀ କକ୍ଷରେ ଆଧ୍ୟାତ୍ମିକ ସମ୍ମିଳନୀ ମହାସମାରୋହରେ ଅନୁଷ୍ଠିତ ହୋଇଛି । ଏଥରେ ସ୍ଵାମୀ ବ୍ରହ୍ମାନନ୍ଦ ସରସ୍ଵତୀଜୀ, ପୁରୀ ରାଧାବଲ୍ଲଭ ମଠ ମହନ୍ତ ରାମକୃଷ୍ଣ ଦାଶ, ସ୍ଵାମୀ ଶଙ୍କରାନନ୍ଦ ଗିରି, ସ୍ଵାମୀ ସତ୍ୟାନନ୍ଦ ମହାରାଜ, ସ୍ଵାମୀ ସୁବଳ ମହାରାଜ ଯୋଗଦାନ କରିଥିଲେ । ପୂଜନୀୟା ମହାନ ସାଧୀ ରାସେଶ୍ଵରୀ ଦେବୀଜୀ ହାଇଟେକ୍ ଗ୍ରୁପ୍ର ପ୍ରତିଷ୍ଠାତା ଅଧ୍ୟକ୍ଷ ଡଃ ତିରୁପତି ପାଣିଗ୍ରାହୀଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି । ଏହି ଅବସରରେ ଡଃ ତିରୁପତି ପାଣିଗ୍ରାହୀ ଆଧ୍ୟାତ୍ମିକ ଜୀବନ ପ୍ରତିଟି ମଣିଷର ପ୍ରଥମ ସୋପାନ ହେବା ଦରକାର ଏବଂ ଅଧ୍ୟାତ୍ମିକତା ମଣିଷ ଜୀବନକୁ ଶୃଙ୍ଖଳିତ କରେ ବୋଲି କହିଛନ୍ତି ।
Prev Post