ଭୁବନେଶ୍ୱର, ୨୪/୦୨: ଭୁବନେଶ୍ବର ଲୋୟର ପିଏମଜିରେ ବିଜେଡିର ବିଶାଳ ଚାଷୀ ସୁରକ୍ଷା ସମାବେଶ। ଚାଷୀ ଓ ମଣ୍ଡି ସମସ୍ୟା, ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ଭଳି ପ୍ରସଙ୍ଗକୁ ନେଇ ସରକାରଙ୍କ ବିରୋଧରେ ଆନ୍ଦୋଳନକୁ ଓହ୍ଲାଇଛି ବିଜେଡି।
ଏହି ବିଶାଳ ସମାବେଶରେ ସାମିଲ ହୋଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ସଭାମଞ୍ଚରୁ ନବୀନ ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି , “ଖୁବ ଶୀଘ୍ର ଏ ସରକାର ଦୁଇବର୍ଷ ପୂରଣ କରିବାକୁ ଯାଉଛି। ବହୁତ୍ ବଡ଼ ବଡ଼ କଥା କହୁଥିଲେ, କିନ୍ତୁ କିଛି ମିଳିଲା ନାହିଁ। ବିଜେଡି ସରକାର ଚାଷୀଙ୍କ ପାଇଁ କାଳିଆ ଯୋଜନା କରିଥିଲା। କିନ୍ତୁ ଡବଲ ଇଞ୍ଜିନ ସରକାର କିଛି କରିନି। ବିଜେଡି ଚାଷୀଙ୍କ ହକ୍ ପାଇଁ ଲଢ଼େଇ ଜାରି ରଖିବ।