ଲେଡି ବ୍ଲାକମେଲର ଅର୍ଚ୍ଚନାଙ୍କ ସ୍ୱାମୀ ଗିରଫ ପରେ କୋର୍ଟ ଚାଲାଣ

ଗିରଫ ହେବା ପରେ କୋର୍ଟ ଚାଲାଣ ହେଲେ ଅର୍ଚ୍ଚନାଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦ । ମୁହଁ ଖୋଲିଲାନି ଜଗବନ୍ଧୁ । ଗଣମାଧ୍ୟମର ପ୍ରଶ୍ନର ଉତର ନଦେଇ ଏଡେଇ ଚାଲିଗଲେ ଅର୍ଚ୍ଚନାଙ୍କ ସ୍ୱାମୀ । ସମଗ୍ର ଘଟଣା ଭିତରେ ଜଗବନ୍ଧୁୁ ଧରାପଡିଯାଇଥିବା ବେଳେ ଖସିଗଲେ ସହଯୋଗୀ ଖଗେଶ୍ୱର ।

ଜେରା ପରେ ଜଗବନ୍ଧୁଙ୍କୁ ଗିରଫ କରିଛି ଖଣ୍ଡଗିରି ଥାନା ପୋଲିସ । ଜଗବନ୍ଧୁଙ୍କ ନାଁରେ ଲାଗିଛି ମାନବ ଚାଲାଣ ଦଫା ୩୭୦ । ସ୍ତ୍ରୀ ସହ ମିଶି ଅପରାଧିକ ଷଡ଼ଯନ୍ତ୍ର କରିଥିବା ଅଭିଯୋଗରେ ଗିରଫ । ଦଫା ୩୨୮ ଅର୍ଥାତ ନିଶା ଓ ବିଷ ଦେବା ଅଭିଯୋଗରେ ଗିରଫ କରିଛି ପୋଲିସ ।