ହାଇଟେକରେ ସର୍ବଭାରତୀୟ ଯୁବ ରେଡକ୍ରସ୍ ସମ୍ମିଳନୀ ପାଇଁ ପ୍ରସ୍ତୁତି ବୈଠକ
ସାରା ଦେଶରୁ ୪୦୦ ଯୁବ ପ୍ରତିଯୋଗୀ ଅଂଶ ଗ୍ରହଣ କରିବେ
ଭୁବନେଶ୍ୱର, ୨୮/୦୨: ରେଡକ୍ରସ୍ର ଜାତୀୟ ସ୍ତରୀୟ ଶିକ୍ଷା ଓ ତାଲିମ ଶିବିର ମାର୍ଚ୍ଚ ୨୫ ତାରିଖରୁ ୨୯ ତାରିଖ ପର୍ଯ୍ୟନ୍ତ ହାଇଟେକ୍ ମେଡିକାଲ କଲେଜ ଓ ହସ୍ପିଟାଲ ପରିସରରେ ଅନୁଷ୍ଠିତ ହେବାକୁ ଯାଉଛି । ସାରା ଭାରତରୁ ପ୍ରତ୍ୟେକ ରାଜ୍ୟର ଓ କେନ୍ଦ୍ର ଶାସିତ ଅଞ୍ଚଳର ଅନ୍ୟୁନ ୪୦୦ ଯୁବ ପ୍ରତିଯୋଗୀ ତାଲିମ ଶିବିରରେ ଅଂଶ ଗ୍ରହଣ କରିବେ ବୋଲି ଜଣାପଡିଛି । ହାଇଟେକ୍ ଗ୍ରୁପ୍ର ପ୍ରତିଷ୍ଠାତା ଅଧ୍ୟକ୍ଷ ଡଃ ତିରୁପତି ପାଣିଗ୍ରାହୀ ଏଥିପାଇଁ ସମସ୍ତ ସାହାଯ୍ୟ ସହଯୋଗର ହାତ ବଢାଇବା ସହ ରେଡକ୍ରସ୍ର ଭୂମିକା ସମସ୍ତ ବିଦ୍ୟାର୍ଥୀମାନେ ଜାଣିବା ଉଚିତ ବୋଲି କହିଛନ୍ତି । ଏହି ପ୍ରସ୍ତୁତି ବୈଠକରେ ଅଧ୍ୟକ୍ଷ ଡଃ ତିରୁପତି ପାଣିଗ୍ରାହୀ, ପାରଳାଖେମୁଣ୍ଡି ବିଧାୟକ ଇଂ ରୂପେଶ କୁମାର ପାଣିଗ୍ରାହୀ, ହାଇଟେକ୍ ମେଡିକାଲ କଲେଜ ଓ ହସ୍ପିଟାଲର ପ୍ରଶାସନିକ ଅଧିକାରୀ ଡଃ ଗୋପେଶ୍ବର ଆଚାର୍ଯ୍ୟ, କ୍ରୀଡା ଓ ସଂସ୍କୃତି ଅଧିକାରୀ ଲଳିତ ମହାନ୍ତି ଏବଂ ଭୁବନେଶ୍ବର ରେଡକ୍ରସ୍ର ବରିଷ୍ଠ ସଦସ୍ୟ ଲକ୍ଷ୍ମଣ ସ୍ୱାଇଁ, ସୁରେନ୍ଦ୍ରନାଥ ସାମଲ ଯୋଗ ଦେଇଥିଲେ ।