ପୁରସ୍କାର ବିତରଣ ସମାରୋହ ସହିତ ଉଦଯାପିତ ହେଲା ଏମ୍.ସି.ଏଲ୍. ର ବାର୍ଷିକ ଖଣି ସୁରକ୍ଷା ପକ୍ଷ

୧୯ ଟି ବିଭିନ୍ନ ବର୍ଗରେ ୧୧୨ ରୁ ଅଧିକ ପୁରସ୍କାର ପ୍ରଦାନ

ସମ୍ବଲପୁର, ୦୨/୦୩: ଖଣି ମହାନିର୍ଦ୍ଦେଶାଳୟର ତତ୍ତ୍ୱାବଧାନରେ ମହାନଦୀ କୋଲଫିଲ୍ଡସ୍ ଲିମିଟେଡ୍ (ଏମ୍.ସି.ଏଲ୍.) ରେ ବାର୍ଷିକ ଖଣି ସୁରକ୍ଷା ପକ୍ଷ (ଏ.ଏମ୍.ଏସ୍.ଏଫ୍) ୨୦୨୫-୨୬ ର ପୁରସ୍କାର ବିତରଣ ତଥା ସମାପନ ସମାରୋହକୁ ଏକ ଭବ୍ଯ ଅନ୍ତିମ ଦିବସ ଭାବରେ ଆୟୋଜନ କରାଯାଇଛି, ଯାହା “ଏମ୍.ସି.ଏଲ୍.ରେ ସୁରକ୍ଷା ଏକ ଦାୟିତ୍ୱ ନୁହେଁ, ବରଂ ଏହା ଏକ ମୂଳ ଲକ୍ଷ” ନୀତି ପ୍ରତି ଏହାର ଅତୁଟ ପ୍ରତିବଦ୍ଧତାକୁ ଦୋହରାଇଥିଲା।

ଶ୍ରୀ ଉଜ୍ଜ୍ୱଳ ତାହ, ମହାନିର୍ଦ୍ଦେଶକ ଏବଂ ସିଆଇଏମ, ଡିଜିଏମଏସ ଧନବାଦ ଏହି ଅବସରରେ ମୁଖ୍ଯ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଏମ୍.ସି.ଏଲ୍. ର ଅଧ୍ଯକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଉଦୟ ଅନନ୍ତ କାଓଲେ ଏହି ସମାରୋହରେ ଅଧ୍ୟକ୍ଷତା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଶ୍ରୀ କେଶବ ରାଓ, ନିର୍ଦ୍ଦେଶକ (ମାନବ ସମ୍ବଳ) ଶ୍ରୀ ପି. କେ. ପଟେଲ, ସିଭିଓ; ଶ୍ରୀ ଏ. କେ. ବେହୁରା, ନିର୍ଦ୍ଦେଶକ (ଅର୍ଥ); ଶ୍ରୀ ଏସ.କେ. ଝା, ନିର୍ଦ୍ଦେଶକ (ବୈଷୟିକ-ଅପରେସନ୍/ପି ଆଣ୍ଡ ପି); ଏରିଆ ଜେନେରାଲ୍ ମ୍ୟାନେଜର୍, ଭୁବନେଶ୍ୱରୀ ଅଞ୍ଚଳ-୧ ଏବଂ ୨ର ଡି.ଏମ୍.ଏସ୍. ଅଧିକାରୀ ମାନେ ଉପସ୍ଥିତ ଥିଲେ।

ଶ୍ରୀ ତାହ, ସି.ଏମ୍.ଡି ଏବଂ ଡ.ଶ୍ୟାମ ସୁନ୍ଦର ପ୍ରସାଦ, ଡେପୁଟି ଡି.ଜି.ଏମ୍.ଏସ୍., ଦକ୍ଷିଣ ପୂର୍ବ କ୍ଷେତ୍ର, କୋଇଲା ଖଣି ଶ୍ରମିକମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

ଏହି ଅବସରରେ ଶ୍ରୀ ତାହ ଖଣି ଏବଂ ଆନୁଷଙ୍ଗିକ କାର୍ଯ୍ୟକଳାପରେ ସର୍ବୋତ୍ତମ ସୁରକ୍ଷା ଅଭ୍ୟାସ ପ୍ରଦର୍ଶନ କରୁଥିବା ପ୍ରଦର୍ଶନୀ ଗୁଡ଼ିକୁ ଉଦଘାଟନ କରିଥିଲେ।

ସୁରକ୍ଷା କ୍ଷେତ୍ରରେ କ୍ରମାଗତ ଭଲ ପ୍ରଦର୍ଶନ ପାଇଁ ଶ୍ରୀ ତାହ ଏମ୍.ସି.ଏଲ୍. କୁ ପ୍ରଶଂସା କରିଥିଲେ। ସେ ଆହୁରି ମଧ୍ଯ କହିଥିଲେ ଯେ ଖଣି ହେଉଛି ଦେଶର ବିକାଶର ମେରୁଦଣ୍ଡ ଏବଂ ପ୍ରତିକ୍ରିୟାଶୀଳ ସୁରକ୍ଷା ଅଭ୍ୟାସରୁ ପୂର୍ବାନୁମାନ ଏବଂ ପ୍ରଯୁକ୍ତିବିଦ୍ୟା ପରିଚାଳିତ ସୁରକ୍ଷା ପରିଚାଳନାକୁ ଏମ୍.ସି.ଏଲ୍.ର ପରିବର୍ତ୍ତନ କୋଇଲା କ୍ଷେତ୍ରରେ ମାନଦଣ୍ଡ ସ୍ଥାପନ କରିଛି।

ସିଏମଡି ଶ୍ରୀ କାଓଲେ ତାଙ୍କ ଅଭିଭାଷଣରେ ଗୁରୁତ୍ୱାରୋପ କରିଥିଲେ ଯେ ସୁରକ୍ଷା କେବଳ ଅନୁପାଳନ ଦ୍ୱାରା ନୁହେଁ ବରଂ ଦୃଢ଼ ବିଶ୍ୱାସ, ଦକ୍ଷତା, ସମନ୍ୱୟ ଏବଂ ନିରନ୍ତର ସତର୍କତା ଦ୍ୱାରା ହାସଲ କରାଯାଇଥାଏ।

ଏହି ସମାରୋହରେ ୧୯ ଟି ବିଭିନ୍ନ ବର୍ଗରେ ୧୧୨ ରୁ ଅଧିକ ପୁରସ୍କାର ପ୍ରଦାନ କରାଯାଇଥିଲା, ଯେଉଁଥିରେ ବିଭିନ୍ନ ଖଣି କ୍ଷେତ୍ରରେ ଉତ୍କର୍ଷତା ପ୍ରଦର୍ଶନ କରିଥିବା ବ୍ୟକ୍ତିତ୍ଵଙ୍କୁ ସମ୍ମାନିତ କରାଯାଇଥିଲା।

ଏହି ଅବସରରେ ଏନ୍.ଟି.ପି.ସି., ଏନ୍.ଏଲ୍.ସି.ଆଇ.ଏଲ୍., ଓ.ସି.ପି.ଏଲ୍., ବେଦାନ୍ତ, ନାଲକୋ, ଜେ.ଏସ୍.ପି.ଏଲ୍. ଏବଂ ଏସ୍.ସି.ସି.ଏଲ୍. ର ପ୍ରତିନିଧି, କେନ୍ଦ୍ର ପ୍ରତିନିଧି ଏବଂ ସୁରକ୍ଷା ବୋର୍ଡ ସଦସ୍ଯ, ବିଭାଗୀୟ ମୁଖ୍ଯ, ଏବଂ ଏମ୍.ସି.ଏଲ୍. ର କର୍ମଚାରୀମାନେ ଖଣି ସୁରକ୍ଷା ଏବଂ ନବସୃଜନ ପ୍ରତି ଉତ୍ସର୍ଗୀକୃତ ଉତ୍ସବ ପାଳନ କରିଥିଲେ।

ସମସ୍ତ ଖଣି/ପ୍ରକଳ୍ପ, କେନ୍ଦ୍ରୀୟ କର୍ମଶାଳା, ସବଷ୍ଟେସନ, ଜି.ଭି.ଟି.ସି., କଣ୍ଟ୍ରାକ୍ଟର ପ୍ରତିଷ୍ଠାନ, କ୍ଷେତ୍ରୀୟ କାର୍ଯ୍ୟାଳୟ ଏବଂ ଏମ୍.ସି.ଏଲ୍. ର କର୍ପୋରେଟ କାର୍ଯ୍ୟାଳୟଗୁଡ଼ିକରେ ୨ ଡିସେମ୍ବର, ୨୦୨୫ ଠାରୁ ୧୫ ଡିସେମ୍ବର, ୨୦୨୫ ମଧ୍ଯରେ ଗୋଷ୍ଠୀ ସଚେତନତା କାର୍ଯ୍ଯକ୍ରମ, ସୁରକ୍ଷା ଅଭିଯାନ, ପ୍ରାଥମିକ ଚିକିତ୍ସା ଓ ସି.ପି.ଆର୍. ପ୍ରଦର୍ଶନ, ସୁରକ୍ଷା ଜିଙ୍ଗଲ ପ୍ରତିଯୋଗିତା, ମାସିକ ସ୍ୱତନ୍ତ୍ର ସୁରକ୍ଷା ଅଭିଯାନ ଆଦି କାର୍ଯ୍ଯକ୍ରମ ଗୁଡ଼ିକ ଆୟୋଜନ କରାଯାଇଥିଲା।