ଓଡ଼ିଶା କ୍ରିକେଟ ଆସୋସିଏସନ କର୍ମକର୍ତ୍ତା ନିର୍ବାଚନରେ ସଭାପତି ଭାବେ ପ୍ରଣବ ପ୍ରକାଶ ଦାସ ନିର୍ବାଚିତ

ଓଡ଼ିଶା କ୍ରିକେଟ ଆସୋସିଏସନ କର୍ମକର୍ତ୍ତା ନିର୍ବାଚନରେ ସଭାପତି ଭାବେ ପ୍ରଣବ ପ୍ରକାଶ ଦାସ ନିର୍ବାଚିତ । ସେହିପରି ଭାବେ ସାଧାରଣ ସଂପାଦକ ହେଲେ ସଂଜୟ ବେହେରା, ଉପସଭାପତି ପଙ୍କଜ ଲୋଚନ ମହାନ୍ତି, କୋଷାଧ୍ୟକ୍ଷ ଭାବେ ବିକାଶ ପ୍ରଧାନ ନିର୍ବାଚିତ ହୋଇଛନ୍ତି । ଜଣେ ଲେଖାଏଁ ପ୍ରାର୍ଥୀ ଥିବାରୁ ସମସ୍ତେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି ।

ଓସିଏ ନିର୍ବାଚନ ପାଇଁ ସଞ୍ଜୟ ବେହେରାଙ୍କ ପ୍ୟାନେଲର ୬ଜଣ ସଦସ୍ୟ ନାମାଙ୍କନ ଦାଖଲ କରିଥିଲେ । ସଭାପତି ପାଇଁ ଯାଜପୁର ବିଧାୟକ ତଥା ବିଜେଡି ସାଙ୍ଗଠନିକ ସାଧାରଣ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ଉପସଭାପତି ପାଇଁ ପଙ୍କଜ ଲୋଚନ ମହାନ୍ତି, ସମ୍ପାଦକ ପାଇଁ ସଂଜୟ ବେହେରା ଓ କୋଷାଧ୍ୟକ୍ଷ ପାଇଁ ବିକାଶ ପ୍ରଧାନ ନାମାଙ୍କନ ଦାଖଲ କରିଥିଲେ ।