ଭୁବନେଶ୍ୱର, ୦୫/୦୩: ଆସନ୍ତାକାଲି ଓଡ଼ିଶା ଆସୁଛନ୍ତି କେନ୍ଦ୍ର ଗୃହ ଓ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ। ଏହି ଅବସରରେ ରାଜ୍ୟରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ। ଭୁବନେଶ୍ୱର ବିମାନବନ୍ଦରରୁ ସିଧା କଟକ ଯିବେ ଗୃହ ମନ୍ତ୍ରୀ ଅମିତ ଶାହ। ସକାଳ ୧୦ଟା ୩୦ରେ ମୁଣ୍ଡଳୀ ସ୍ଥିତ ଆଞ୍ଚଳିକ ତାଲିମ କେନ୍ଦ୍ରରେ CISFର ୫୭ତମ ପ୍ରତିଷ୍ଠା ଦିବସ ପାଳନ ଅବସରରେ କାର୍ଯ୍ୟକ୍ରମରେ ଯୋଗ ଦେବେ।
ଏହା ପରେ ଅପରାହ୍ନ ୧ଟା ୪୫ରେ ଜଗତସିଂହପୁର ଯିବେ। ପାରାଦୀପର IFFCO ୟୁନିଟ୍ ରେ ସଲଫ୍ୟୁରିକ୍ ଏସିଡ୍ ପ୍ଲାଣ୍ଟ-III ଏବଂ ସମବାୟ ବିକାଶ ସେମିନାରର ଉଦଘାଟନ କରିବେ।
ଏହା ପରେ ଅପରାହ୍ନ ୩ଟା ୩୦ରେ ଭୁବନେଶ୍ୱର ଫେରିବେ। ଗୌଡକାଶୀପୁରର ଇନଫୋଭ୍ୟାଲିରେ NFSUର ସ୍ଥାୟୀ, ଅସ୍ଥାୟୀ କ୍ୟାମ୍ପସ୍ ଏବଂ CFSL କୋଠା ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ ଏବଂ ଭୂମି ପୂଜନ କରିବେ।
ଏହା ପରେ ଅପରାହ୍ନ ୪ଟା ୪୫ରେ IDCO ପ୍ରଦର୍ଶନୀ ଭୂମିରେ ତିନିଟି ନୂତନ ଆଇନ ଉପରେ ରାଜ୍ୟସ୍ତରୀୟ ପ୍ରଦର୍ଶନୀର ଉଦଘାଟନ କରିବେ। ସନ୍ଧ୍ୟା ୫ଟା ୩୦ରେ IDCO ପ୍ରଦର୍ଶନୀ ପଡିଆରେ ସହଯୋଗ ମନ୍ତ୍ରଣାଳୟ ଦ୍ୱାରା NDDB ଏବଂ OMFED ବିକାଶ କାର୍ଯ୍ୟର ଉଦଘାଟନ, ବିଭିନ୍ନ ଓଡ଼ିଶା ସରକାରଙ୍କ ପ୍ରକଳ୍ପର ଉଦଘାଟନ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ କରିବେ।