ବେଦାନ୍ତ ଆଲୁମିନିୟମ ପକ୍ଷରୁ ମହିଳା ଦିବସ ଅବସରରେ “ତରକ୍କି କି ତେୟାରୀ’ ଅଭିଯାନର ଶୁଭାରମ୍ଭ
ଓଡ଼ିଶା ଓ ଛତିଶଗଡ଼ରେ ବିଶେଷଜ୍ଞଙ୍କ ଅଧିବେଶନ, ସ୍ୱାସ୍ଥ୍ୟ ପଦକ୍ଷେପ ଓ ତୃଣମୂଳ ସ୍ତରରେ ଆଲୋଚନା ଲାଗି ମାସବ୍ୟାପୀ ବହୁ ସ୍ଥାନୀୟ ଅଭିଯାନ
ଭୁବନେଶ୍ୱର, ୦୫/୦୩: ଭାରତର ବୃହତ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ ଅନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ତରକୀ ତୟାରୀ ଅଭିଯାନ ଆରମ୍ଭ କରିଛି ଯାହା ଜାତୀୟ ପ୍ରଗତି ଉପରେ ଆଧାରିତ । ଏହି ପଦକ୍ଷେପରେ କିରଣ ବେଦୀ ଏବଂ ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ଅରୁଣିମା ସିହ୍ନାଙ୍କ ପରି ଚିନ୍ତାଧାରାକୁ କର୍ମଚାରୀଙ୍କ ସହ ଜଡ଼ିତ କରିବା ଲାଗି ଏକତ୍ରିତ କରେ ।
ଭାରତର ଧାତୁ, ଖଣି ଓ ଉତ୍ପାଦନ କ୍ଷେତ୍ରରେ ପ୍ରଚଣ୍ଡ ଅଭିବୃଦ୍ଧି ସତ୍ୱେ ମହିଳମାନେ ଯଥେଷ୍ଟ କମ ପ୍ରତିନିଧିତ୍ୱ କରୁଛନ୍ତି, ବେଦାନ୍ତ ଆଲୁମିନିୟମ ମହିଳାମାନଙ୍କୁ କେବଳ ଅନ୍ତର୍ଭୁକ୍ତ ନକରି ନେତୃତ୍ୱ୍ୱ ନେବା ଲାଗି କାର୍ଯ୍ୟ କରୁଛି । ଏହାର ମୂଳରେ ତରକୀ ତୟାରୀ ଆକାଂକ୍ଷାକୁ ରୂପ ଦେବା ପାଇଁ ପ୍ରୟାସ କୁହାଯାଇପାରେ । ବେଦାନ୍ତ ଆଲୁମିନିୟମରେ ମହିଳାମାନେ ବର୍ତମାନ କାର୍ଯ୍ୟ ଶକ୍ତିର ୨୧%, ୨୦୩୦ ସୁଦ୍ଧା ୩୦% ପ୍ରତିନିଧିତ୍ୱ ହାସଲ କରିବାର ଆଶା ରହିଛି । ଏହି ପରିବର୍ତନକୁ ତ୍ୱରାନ୍ୱିତ କରିବା ପାଇଁ କମ୍ପାନି ପ୍ରବେଶ ସ୍ତର ଭୂମିକାରେ ୫୦% ମହିଳାଙ୍କୁ ନିଯୁକ୍ତି ଦେବା ପ୍ରାଥମିକ ଲକ୍ଷ୍ୟ ପୂରଣ ସହ ବିଭିନ୍ନ ପ୍ରତିଭାକୁ ପୋଷଣ ନିଶ୍ଚିତ କରୁଛି ।
ମହିଳାଙ୍କ ଉନ୍ନତି ପାଇଁ ବେଦାନ୍ତ ଆଲୁମିନିୟମ ପ୍ରତିବଦ୍ଧତା ଏହାର କାର୍ଯ୍ୟରୁ ପରିଲକ୍ଷିତ ହୁଏ । କମ୍ପାନି ଏହାର ଝାରସୁଗୁଡ଼ା କାରଖାନାରେ ପ୍ରଥମ ମହିଳା ପରିଚାଳିତ ପଟଲାଇନ କମିଶନ କରିଛି ଏବଂ ପର୍ଯ୍ୟାୟ କ୍ରମେ ବୈଷୟିକ ତାଲିମ ଓ ସଂରଚନା କ୍ଷମତା ବିକାଶ ଜରୀଆରେ ଗୁରୁତ୍ୱପୂର୍ଣ୍ଣ ସ୍ମେଲଟିଂ ଓ ଉତ୍ପାଦନ ଭୂମିକାରେ ୧୦୦ରୁ ଅଧିକ ମହିଳାଙ୍କୁ ନିୟୋଜିତ କରିଛି । ଏହା ପ୍ରଥମ ମହିଳା ଲୋକୋମୋଟିଭ ଇଂଜିନକୁ ମଧ୍ୟ ପରିଚିତ କରିଛି ଏବଂ ଅଗ୍ନିବାହିନୀରେ ମହିଳା ଦଳଙ୍କୁ ୧୦୦ରୁ ଅଧିକ ପ୍ରଶିକ୍ଷିତ ମହିଳାଙ୍କୁ ନିଯୁକ୍ତି ଦେଇଛି । ଯାହା ବେଦାନ୍ତ ଆଲୁମିନିୟମର ପ୍ରକୃତରେ ଅନ୍ତର୍ଭୁକ୍ତ ଏବଂ ଭବିଷ୍ୟତ ଲାଗି ପ୍ରସ୍ତୁତ କର୍ମଶକ୍ତିି ଗଠନ ଉପରେ ଧ୍ୟାନକୁ ପ୍ରତିଫଳିତ କରେ ।
ବେଦାନ୍ତ ଆଲୁମିନିୟମର କାର୍ଯ୍ୟ କ୍ଷେତ୍ର ଓ ପଡ଼ୋଶୀ ସଂପ୍ରଦାୟକୁ ବ୍ୟାପୀ ଏକମାସ ବ୍ୟାପୀ ଉଚ୍ଚ ପ୍ରଭାବଶାଳୀ କାର୍ଯ୍ୟକଳାପ ମାଧ୍ୟମରେ ତରକୀ ତୟାରୀ ପାଳନ କରିବ । ଏହି କାର୍ଯ୍ୟକ୍ରମ ମହିଳାମାନଙ୍କ ସହିତ ଆଦାନ ପ୍ରଦାନ ଅଧିବେଶନ, ସ୍ମୀକୃତି ସମାରୋହ, ଟାଉନହଲ, ସଂସ୍କୃତିକ ସଂପର୍କ, କର୍କଟ ସଚେତନତା ଓ ମାନସିକ କଲ୍ୟାଣ ଅଧିବେଶନ, ସ୍ୱାସ୍ଥ୍ୟ ଶିବିର ଓ କର୍ମଚାରୀ ସ୍ୱେଛାସେବୀ ପଦକ୍ଷେପ ଅନ୍ତର୍ଭୁକ୍ତ । ଜାମଖାନି, ଘୋଘରପାଲି ଓ କୁରଳୋଇମାଇନ ସ୍ଥାନ ଗୁଡ଼ିକରେ ପ୍ରସାର ପ୍ରୟାସରେ ୧୭୦୦ରୁ ଅଧିକ ମହିଳାଙ୍କୁ ନେଇ ସାମୁହିକ ଉତ୍ସବ ଓ ଆଗଧାଡ଼ିର ସ୍ୱାସ୍ଥ୍ୟ କର୍ମି ଆଶା ଏବଂ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ସମ୍ମାନିତ କରିବାର ଯୋଜନା ରହିଛି ।
ଝାରସୁଗୁଡ଼ାର ସଂପୂର୍ଣ୍ଣ ପଟଲାଇନ ଉପ ପ୍ରଭାରୀ ଘନା ସୌଦାମିନୀ କହିଛନ୍ତି ଯେ ଭାରତର ପ୍ରଥମ ମହିଳା ସ୍ମେଲଟର ଲାଇନର ଅଂଶ ହେବା ମୋତେ ମନେ ପକାଇ ଦେଉଛି ଯେ କୌଣସି ପ୍ରତିବନ୍ଧକ ଭାଙ୍ଗିବା ପାଇଁ ଏତେ ଶକ୍ତିଶାଳୀ ନୁହେଁ । ଆପଣଙ୍କ ପଛରେ ସଠିକ ମାନସିକତା ଏବଂ ଦୃଡ କମ୍ପାନି ମୂଲ୍ୟବୋଧ ସହିତ ଅଭିବୃଦ୍ଧି ଅସୀମ ହୋଇଯାଏ । ଏହି ଯାତ୍ରା ଆଗକୁ ବଢିବା ଲାଗି ମୋତେ ପ୍ରେରଣା ଦେଇଛି ।
ବେଦାନ୍ତ ଆଲୁମିନିୟମର ସିଇଓ ରାଜୀବ କୁମାର କହିଛନ୍ତି ଯେ ଧାତୁ ଓ ଖଣି ଭାରତର କମ କାର୍ବନ ଭବିଷ୍ୟତରେ ଏକ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବ ଓ ଏଥିପାପାଇଁ ମହିଳା ଅଂଶଗ୍ରହଣକାରୀଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ । ଆମେ ବିଶ୍ୱାସ କରୁଯେ ବିବିଧତା, ସମାନତା ଓ ଅନ୍ତର୍ଭୁକ୍ତି କେବଳ ସାଂସ୍କୃତିକ ମୂଲ୍ୟବୋଧ ନୁହେଁ ବରଂ ରଣନୈତିକ ଶକ୍ତି ଯାହା ଆମର ବ୍ୟବସାୟକୁ ଅଧିକ ଅଭିନବ, ସ୍ଥିର ଓ ଭବିଷ୍ୟତ ଲାଗି ପ୍ରସ୍ତୁତ କରିଥାଏ ।
ଘୋଗରପାଲି କୋଇଲାଖଣି ନିକଟବର୍ତି ବିଲେଇନମୁଣ୍ଡା ଗ୍ରାମର ଆଶା କର୍ମି ପ୍ରେମାବତୀ ମାଝୀ କହିଛନ୍ତି ବେଦାନ୍ତ ଆଲୁମିନିୟମ ନିରନ୍ତର ଭାବରେ ଆମ ଅଂଚଳରେ ସ୍ୱାସ୍ଥ୍ୟସେବାକୁ ସମର୍ଥନ କରିଆସୁଛି । ଆମେ ନିଜର କାର୍ଯ୍ୟକୁ ଅଧିକ ଉତ୍ସର୍ଗତାର କରିବାକୁ ପ୍ରେରଣା ଯୋଗାଉଛି ।
ବେଦାନ୍ତ ଆଲୁମିନିୟମର ବିବିଧତାର ଯାତ୍ରା ଉପରେ ଏକ ସ୍ୱତନ୍ତ୍ର ଚଳଚିତ୍ର ୮ ମାର୍ଚ୍ଚରେ ଆରମ୍ଭ ହେବ । ଏହି ସାମୁହିକ ପ୍ରୟାସ ମାଧ୍ୟମରେ ବେଦାନ୍ତ ଆଲୁମିନିୟମ ଏହାର ବିଶ୍ୱାସକୁ ଦୃଢ କରିବା ଲକ୍ଷ୍ୟ ରଖିଛି ।