ନକଲି ଟମାଟୋ ସସ୍ ଫ୍ୟାକ୍ଟ୍ରି ଠାବ

ରାଜଧାନୀ ଉପକଣ୍ଠସ୍ଥ ତମାଣ୍ଡୋ ଅଞ୍ଚଳର ପାତ୍ରପଡାରେ ନକଲି ଟମାଟୋ ସସ୍ ଫ୍ୟାକ୍ଟ୍ରି ଠାବ କରିଛି ପୋଲିସ୍‌ । ବିପୁଳ ପରିମାଣରେ ନକଲି ସସ୍‌ ଜବତ କରାଯାଇଛି । ପଚା ସଢ଼ା ଖାଦ୍ୟରେ ତିଆରି ହେଉଚି ସସ୍ । ଏଭଳି ଅଭିଯୋଗ ପରେ ପାତ୍ରପଡାରେ କଟକ ମାଲଗୋଦାମ ଥାନା ପକ୍ଷରୁ ଚଢ଼ାଉ ହୋଇଛି ।