ମିଳୁନି ତେଲ! ପେଟ୍ରୋଲ ପମ୍ପରେ ତାଲା

ଯାତାୟତ ଓ ଦୈନନ୍ଦିନ କାର୍ଯ୍ୟ ଠପ୍

ଲମତାପୁଟ, ୧୦/୦୩: କୋରାପୁଟ ଜିଲ୍ଲାର ଲମତାପୁଟ ଅଞ୍ଚଳରେ ପେଟ୍ରୋଲ ଓ ଡିଜେଲ୍ ର ଅଭାବ ଦେଖାଦେଇଛି। ଯାହାଫଳରେ ଅନେକ ପେଟ୍ରୋଲ ପମ୍ପ ବନ୍ଦ ରହିଛି। ସ୍ଥାନୀୟ ବାସିନ୍ଦାମାନେ ଅଭିଯୋଗ କରିଛନ୍ତି ଯେ ଗତ ଦୁଇ ଦିନ ଧରି ସ୍ଥାନୀୟ ପେଟ୍ରୋଲ ପମ୍ପଗୁଡ଼ିକରେ ଇନ୍ଧନ ଉପଲବ୍ଧ ନାହିଁ। ଯାହା ଫଳରେ ଯାତ୍ରୀ ଏବଂ ଯାନବାହନ ମାଲିକମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ସରକାରଙ୍କ ପକ୍ଷରୁ ଇନ୍ଧନର ଅଭାବ ନାହିଁ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲେ ମଧ୍ୟ ଇନ୍ଧନ ପହଞ୍ଚି ନଥିବାରୁ ଏହି ଅଞ୍ଚଳର ପେଟ୍ରୋଲ ପମ୍ପଗୁଡ଼ିକ ବନ୍ଦ ରହିଛି। ଏଥିରେ ଡ୍ରାଇଭରମାନେ ବେଶୀ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଅନେକ ଡ୍ରାଇଭରଙ୍କ ଯାନବାହାନର ଇନ୍ଧନ ସରିଯିବା ପରେ ସେମାନେ ରାସ୍ତାରେ ଫସି ରହିଛନ୍ତି। ନିୟମିତ ଯାତାୟାତ ଓ ଦୈନନ୍ଦିନ କାର୍ଯ୍ୟ ପ୍ରାୟତଃ ଠପ୍ ହୋଇଯାଇଛି। ସ୍ଥାନୀୟ ଲୋକେ ପେଟ୍ରୋଲ ମିଳିବା ଆଶାରେ ବାରମ୍ବାର ପେଟ୍ରୋଲ ପମ୍ପ କୁ ଯାଉଥିଲେ ମଧ୍ୟ ସେଠାରେ ତାଲା ପଡିଥିବାରୁ ନିରାଶ ହୋଇ ଫେରୁଛନ୍ତି।