ବଢ଼ିଲା LPG ସିଲିଣ୍ଡର ବୁକିଂ ଅବଧି

ରିଫାଇନାରୀକୁ ଅଧିକ LPG ଉତ୍ପାଦନ ପାଇଁ ନିର୍ଦ୍ଦେଶ

ନୂଆଦିଲ୍ଲୀ, ୧୦/୦୩: ବଢ଼ିଲା LPG ସିଲିଣ୍ଡର ବୁକିଂ ଅବଧି। କଳାବଜାରୀ ଓ ମହଜୁଦକୁ ରୋକିବା ପାଇଁ କେନ୍ଦ୍ର ସରକାର ବଡ଼ ପଦକ୍ଷେପ ନେଇଛନ୍ତି। ନୂଆ ନିୟମ ଅନୁସାରେ, ଏବେ ଗୋଟିଏ ସିଲିଣ୍ଡର ପାଇବାର ଅତି କମରେ ୨୫ ଦିନ ପରେ ଆଉ ଗୋଟିଏ ସିଲିଣ୍ଡର ବୁକିଂ କରାଯାଇପାରିବ। ପୂର୍ବରୁ ଏହି ଅବଧି ୧୫ରୁ ୨୧ ଦିନ ମଧ୍ୟରେ ରହିଥିଲା। ଏବେ ବୁକିଂ ଅବଧିକୁ ୨୧ରୁ ୨୫ ଦିନକୁ ବୃଦ୍ଧି କରାଯାଇଛି।

କଳାବଜାରୀ ରୋକିବା ପାଇଁ ସିଲିଣ୍ଡର ବୁକିଂ ପିରିୟଡକୁ ୨୫ ଦିନକୁ ବୃଦ୍ଧି ଘୋଷଣା କରାଯାଇଛି। ଘରୋଇ ବାଦ୍‌ ହସ୍ପିଟାଲ୍‌ ଓ ସ୍କୁଲ୍‌ ଯୋଗାଣକୁ ଗୁରୁତ୍ବ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଶିଳ୍ପ ଓ ରେଷ୍ଟୁରାଣ୍ଟକୁ LPG ଯୋଗାଣର ସମୀକ୍ଷା ନେଇ କମିଟି ଗଠନ କରାଯାଇଛି।

ଅନ୍ୟପଟେ ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଯୋଗୁଁ LPG ଆମଦାନୀ ପ୍ରଭାବିତ ହୋଇଥିବା ବେଳେ ଉତ୍ପାଦନ ବୃଦ୍ଧି କରିବା ପାଇଁ ରିଫାଇନାରୀଗୁଡ଼ିକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ସମସ୍ତ ଅଏଲ୍‌ ରିଫାଇନାରୀକୁ ଅଧିକ LPG ଉତ୍ପାଦନ ପାଇଁ ନିର୍ଦ୍ଦେଶ ଦେଲା ପେଟ୍ରୋଲିୟମ୍‌ ମନ୍ତ୍ରାଳୟ। ବିଶେଷକରି ଘରୋଇ LPG ଉପଭୋକ୍ତାଙ୍କ ପାଇଁ ବଢ଼ାଇବାକୁ ନିର୍ଦ୍ଦେଶ ଦିଆଯାଇଛି।

ଏବେ ପେଟ୍ରୋଲ ଓ‌ ଡିଜେଲ୍ ଦର ବଢିବା ପାଇଁ ବିଚାର କରାଯାଇନଥିବା ବେଳେ ଆଗକୁ ଅଶୋଧିତ ତୈଳ ଦର ବ୍ୟାରେଲ୍ ପିଛା ୧୩୦ ଡଲାର ଅତିକ୍ରମ କଲେ ପରବର୍ତ୍ତୀ ପଦକ୍ଷେପ ନିଆଯିବ।