ଯଥେଷ୍ଟ ଇନ୍ଧନ ଗ୍ୟାସ୍ ଉପଲବ୍ଧ ଅଛି, ଚିନ୍ତା ନ କରିବାକୁ ପରାମର୍ଶ ଦେଲେ ମୁଖ୍ୟ ଶାସନ ସଚିବ

ଗ୍ୟାସ୍‌ ସିଲିଣ୍ଡର ଷ୍ଟକ୍‌ ରିପୋର୍ଟ ମାଗିଲେ ରାଜ୍ୟ ସରକାର

ଭୁବନେଶ୍ୱର, ୧୦/୦୩: ରାଜ୍ୟରେ ଗ୍ୟାସ ସଙ୍କଟ ଦେଖାଦେଇଥିବା ବେଳେ ରନ୍ଧନ ଗ୍ୟାସ୍ ଓ ଇନ୍ଧନ ତୈଳର ଉପଲବ୍ଧତା ନେଇ ରନ୍ଧନ ଗ୍ୟାସ୍ ଓ ତୈଳ କମ୍ପାନି କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ। ବୈଠକ ପରେ ଅନୁ ଗର୍ଗ ସୂଚନା ଦେଇ କହିଛନ୍ତି ଯେ, ଶିକ୍ଷାନୁଷ୍ଠାନ ଓ ଡାକ୍ତରଖାନାକୁ ରନ୍ଧନ ଗ୍ୟାସ୍ ଯୋଗାଣରେ ସମସ୍ୟା ନାହିଁ। ଯୋଗାଣ ପ୍ରକ୍ରିୟାରେ ସନ୍ତୁଳନ ବଜାୟ ରଖିବାକୁ ତୈଳ କମ୍ପାନି ଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି। ରାଜ୍ୟରେ ଯଥେଷ୍ଟ ପରିମାଣରେ ଇନ୍ଧନ ଗ୍ୟାସ୍ ଉପଲବ୍ଧ ରହିଛି। ଚିନ୍ତିତ ନ ହେବାକୁ ସାଧାରଣ ଲୋକଙ୍କୁ ପରାମର୍ଶ ଦେଇଛନ୍ତି ଅନୁ ଗର୍ଗ।

ଅନ୍ୟପଟେ ପ୍ରତିଦିନର ଗ୍ୟାସ୍‌ ସିଲିଣ୍ଡର ଷ୍ଟକ୍‌ ରିପୋର୍ଟ ମାଗିଛନ୍ତି ରାଜ୍ୟ ସରକାର। ପ୍ରତିଦିନ PSUମାନେ LPG ଷ୍ଟକ୍‌ ନେଇ ସରକାରଙ୍କୁ ରିପୋର୍ଟ କରିବେ। ତୈଳ କମ୍ପାନୀ ସହ ବୈଠକ ପରେ ଏ ନେଇ ଯୋଗାଣ ସଚିବ ସଞ୍ଜୟ ସିଂ ସୂଚନା ଦେଇଛନ୍ତି। ଘରୋଇ LPG ଅସୁଵିଧା ହେବନି, ଶିକ୍ଷାନୁଷ୍ଠାନ ଓ ହସ୍ପିଟାଲକୁ ଗ୍ୟାସ୍‌ ଦିଆଯିବ। ଗ୍ୟାସ୍‌ ବୁକିଂରେ ଅସୁବିଧା ହେଲେ ସରକାରଙ୍କ ଦୃଷ୍ଟିକୁ ଆଣିବାକୁ ପରାମର୍ଶ ଦେଇଛନ୍ତି।