ବିଜେଡ଼ି ଛାଡ଼ିଲେ ପୂର୍ବତନ ସାଂସଦ

ନବୀନଙ୍କୁ ପଠାଇଲେ ଇସ୍ତଫା ପତ୍ର

ଭୁବନେଶ୍ୱର, ୧୦/୦୩: ବିଜେଡି ଛାଡ଼ିଲେ ପୂର୍ବତନ ସାଂସଦ ରବୀନ୍ଦ୍ର ଜେନା। ପ୍ରାଥମିକ ସଦସ୍ୟରୁ ଦେଲେ ଇସ୍ତଫା। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ପାଖକୁ ପଠାଇଛନ୍ତି ଇସ୍ତଫାପତ୍ର। ପତ୍ରରେ ବ୍ୟକ୍ତିଗତ କାରଣ ଯୋଗୁଁ ଦଳ ଛାଡିଥିବା କହିଛନ୍ତି। ଦଳୀୟ ନେତୃତ୍ୱ ଏବଂ କର୍ମୀମାନଙ୍କୁ ସେମାନଙ୍କ ସମର୍ଥନ ପାଇଁ ଧନ୍ୟବାଦ ଜଣାଇଛନ୍ତି।