ଭୁବନେଶ୍ୱର, ୧୬/୦୩: କ୍ରସ୍ ଭୋଟିଂ କଲେ ବିଜେଡି ବିଧାୟକ ଦେବୀ ରଂଜନ ତ୍ରିପାଠୀ। କ୍ରସ ଭୋଟିଂ ନେଇ ଗଣମାଧ୍ୟମରେ ସ୍ୱୀକାର ମଧ୍ୟ କରିଛନ୍ତି। ଦେବୀ ରଞ୍ଜନ କହିଛନ୍ତି, ମୁଁ ଦିଲ୍ଲୀପ ରାୟଙ୍କୁ ଭୋଟ୍ ଦେଇଛି। ବିଜୁ ବାବୁଙ୍କ ନୀତି ଆଦର୍ଶରେ ମୁଁ ଅନୁପ୍ରାଣିତ, ସେଥିପାଇଁ ଭୋଟ୍ ଦେଲି। ବିଜୁ ଲିଗାସୀକୁ ଆଗକୁ ନେବାକୁ ଭୋଟ୍ ଦେଇଛି। କଂଗ୍ରେସ ସହ ବିଜେଡିର ବୁଝାମଣାକୁ ନେଇ ପ୍ରଶ୍ନ କରିବା ସହ ତାହାକୁ ଅସାଧୁ ମେଣ୍ଟ ବୋଲି କହିଛନ୍ତି। ଏଥିସହ ତାହା ବିରୋଧରେ ମତଦାନ କରିଛି। ମୋତେ ଦତ୍ତେଶ୍ବର ହୋତାଙ୍କୁ ସମର୍ଥନ ପାଇଁ କୁହାଯାଇଥିଲା। ଅସାଧୁ ମେଣ୍ଟ ପ୍ରାର୍ଥୀଙ୍କୁ କାହିଁକି ଭୋଟ୍ ଦେବାକୁ କୁହାଗଲା ବୋଲି ପ୍ରଶ୍ନ କରିଛନ୍ତି। ନେତାଙ୍କ ନିଦ ଭାଙ୍ଗିବାକୁ ମୋର ଭୋଟ୍ ଦେଇଛି। ଯେତେବେଳେ ହଜାର ହଜାର କର୍ମୀଙ୍କ କଥା ଦଳର ନେତା ଶୁଣନ୍ତିନି ଏମିତି ହୁଏ। ହଜାର ହଜାର କର୍ମୀଙ୍କ ସ୍ବର ହୋଇ ମତ ଦେଇଛି। ସତ ପଥରେ ଚାଲିଲେ କାର୍ଯ୍ୟାନୁଷ୍ଠାନର ଭୟ ନଥାଏ।