ଭୁବନେଶ୍ୱର, ୧୬/୦୩: ରାଜ୍ୟସଭା ନିର୍ବାଚନରେ କ୍ରସ୍ ଭୋଟିଂ କରିଥିବା ମାନିଲେ ଚୌଦାର ବିଧାୟକ ସୌଭିକ୍ ବିଶ୍ବାଳ। ବାପାଙ୍କ ଅପମାନେ ପ୍ରତିଶୋଧ ନେବାକୁ ଯାଇ ଏପରି କରିଥିବା କହିଛନ୍ତି ସୌଭିକ। ଭୋଟ୍ ଦେଇ ସାରିବା ପରେ ଗଣମାଧ୍ୟମରେ ପ୍ରତିକ୍ରିୟା ରଖି କହିଛନ୍ତି, ବିଜୁ ବାବୁଙ୍କ ଆଶୀର୍ବାଦ ଯାହାଙ୍କ ପ୍ରତି ଅଛି, ତାଙ୍କୁ ଭୋଟ୍ ଦେଇଛି। ବାପାଙ୍କୁ କରାଯାଇଥିବା ଅପମାନେ ପ୍ରତିଶୋଧ ନେଇଛି। ବାପାଙ୍କ ପ୍ରତି ଅତ୍ୟାଚାର ହୋଇଥିଲା, ତାର ପ୍ରତିଶୋଧ ନେଇଛି। ବାପା ପ୍ରଭାତ ବିଶ୍ବାଳ ବିଜେଡି ପାଇଁ ଅନେକ ପରିଶ୍ରମ କରିଛନ୍ତି। ବିଜେଡି ପାଇଁ ଅନେକ ବଳିଦାନ ଦେଇଛନ୍ତି ପ୍ରଭାତ ବିଶ୍ବାଳ। ଚୋରି, ଦୁର୍ନୀତି ଠାରୁ ହଜାର ହଜାର ଦୂରରେ ରହିଛନ୍ତି ବାପା। ଆଜି ଯେଉଁଠି ବି ମୁଁ ଅଛି, କେବଳ ବାପାମାଆଙ୍କ ପାଇଁ। ନବୀନ ନିବାସରେ ଘଟିଥିବା ଘଟଣାକୁ ନେଇ ରାଗରେ ଏପରି କରିଛନ୍ତି।
ସେଦିନ ଘଟଣା ପରେ ବାପାଙ୍କୁ ବହିଷ୍କାର କରିଥିଲେ, ମୋତେ କଲେନି କାହିଁକି। ଆଜି ଯେଉଁ ଟ୍ରଷ୍ଟ କଥା ପଦାକୁ ଆସିଛି ବାପା ପ୍ରଥମେ କହିଥିଲେ। ମିଡ୍ ନାଇଟ୍ ଅପରେସନ କଲା କିଏ, କାହାଠି ଲାଗିଲା ଦାଗ। ନବୀନ ବାବୁଙ୍କ ଗାଡ଼ି କାଚ ଭାଙ୍ଗିଲା କିଏ, ଦୋଷ ମୁଣ୍ଡାଇଲା କିଏ। ଚିଟଫଣ୍ଡ ଟଙ୍କା ଖାଇଲା କିଏ, ଦୋଷ ମୁଣ୍ଡାଇଲା କିଏ। ୨୯ ବର୍ଷ ହେଲା ବାପା ବିଜେଡି ପାଇଁ ସର୍ବସ୍ବ ଦାନ କରିଥିଲେ। ପ୍ରଭାତ ବିଶ୍ବାଳ ସତ କହିଥିଲେ, ସେଥିପାଇଁ ବହିଷ୍କାର କରାଯାଇଛି। ଯିଏ ସତ କୁହେ ନବୀନ ପଟ୍ଟନାୟକ ତାଙ୍କୁ ବହିଷ୍କାର କରନ୍ତି ବୋଲି କହିଛନ୍ତି ସୌଭିକ୍।